ଏଣିକି ସପ୍ତାହକୁ ୩ ଦିନ ପିଲାଙ୍କୁ ମିଳିବ ମାଣ୍ଡିଆ ଲଡୁ

ସ୍କୁଲ ପିଲାଙ୍କ ମାନସିକ ଏବଂ ବୌଦ୍ଧିକ ଚିନ୍ତାର ବିକାଶ ପାଇଁ ପୋଷଣକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆଜିଠୁ ସ୍କୁଲରେ ପୋଷଣ ଯୁକ୍ତ ଲଡୁ ଦିଆଯିବ । ଓଡ଼ିଶା ଦିବସରେ ଏହାର ଶୁଭାରମ୍ଭ ନେଇ ଘୋଷଣା କରାଯାଇଛି ।

Mandya Ladu

ଆଜିଠୁ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ମାଣ୍ଡିଆରେ ପ୍ରସ୍ତୁତ ଲଡୁ ପ୍ରଦାନ କରାଯିବ । ପ୍ରତି ସପ୍ତାହରେ 3 ଦିନ ଲଡୁ ଖାଇବେ ଛାତ୍ରଛାତ୍ରୀ । ତେବେ ସରକାର ଛାତ୍ରଛାତ୍ରୀଙ୍କ ପୋଷଣକୁ ଦୃଷ୍ଟିରେ ରଖି ମଧ୍ୟାହ୍ନ ଭୋଜନରେ ମଧ୍ୟ ପରିବର୍ତ୍ତନ କରିଛନ୍ତି ।

ଅଣ୍ଡାଠାରୁ ଆରମ୍ଭ ମାଣ୍ଡିଆ , ଗୁଡରେ ପ୍ରସ୍ତୁତ ଲଡୁ ପ୍ରଦାନ କରାଯିବ । ନବମ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଛି । ଶିଶୁ ବାଟିକାରୁ ଦଶମ ପର୍ଯ୍ୟନ୍ତ ମାଣ୍ଡିଆ ଲଡୁ ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ସପ୍ତାହର ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ଏହି ଲଡୁ ପ୍ରଦାନ କରାଯିବ । ଏହାସହିତ ସପ୍ତାହକୁ ଅତିରିକ୍ତ ଗୋଟିଏ ଲେଖାଏଁ ଅଣ୍ଡା ପିଲାଙ୍କୁ ଦିଆଯିବ । ଆଗରୁ 2ଟି ଅଣ୍ଡା ପ୍ରଦାନ କରାଯାଇଥିବା ବେଳେ ଏଣିକି 3ଟି ଅଣ୍ଡା ପ୍ରଦାନ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+