ଏଣିକି ସରକାର କିଣିବେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମି: ସୁରେଶ ପୂଜାରୀ
ଏଣିକି ସରକାର କିଣିବେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମି । ଧନୀ ଲୋକ ଚାପ ପକାଇ ଜାତି ଓ ଜନଜାତିଙ୍କ ସମ୍ପତ୍ତି ହଡ଼ପ କରିପାରିବେନି। ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ଖୁବ୍ଶୀଘ୍ର କର୍ପସ ଫଣ୍ଡ ଗଠନ କରିବେ ରାଜ୍ୟ ସରକାର । ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ।
କମିଟିରେ SC/ST ବିଭାଗ ସଚିବ, ନିର୍ଦ୍ଦେଶକ, ବିଶେଷଜ୍ଞ ରହିବେ।

SC/ST ବିଭାଗ ଗୃହ କମିଟି, ବିଧାୟକଙ୍କ ପରାମର୍ଶ ନିଆଯିବ । ସମସ୍ତଙ୍କ ପରାମର୍ଶ ନେଇ କମିଟି ରିପୋର୍ଟ ଦେବା ପରେ ନିଷ୍ପତ୍ତି ହେବ ।
ଝିଅ ବାହାଘର, ଚିକିତ୍ସା, ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ଜମି ବିକ୍ରି ଚାହୁଁଥିଲେ, ସରକାର ଏହି ଜମିକୁ କିଣିବେ ବୋଲି କହିଲେ ସୁରେଶ ପୂଜାରୀ । ୨ରୁ ୩ ବର୍ଷ ସରକାର ସୁରକ୍ଷିତ ରଖିବେ, ଜମି ମାଲିକ ଚାହିଁଲେ ନେବେ।












Click it and Unblock the Notifications