ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଡିସେମ୍ବର ୩୧ରୁ ମିଳିବ ମାଧୋ ସିଂ ହାତଖର୍ଚ୍ଚ
ମୁଖ୍ୟମନ୍ତ୍ରୀଙ୍କ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । ଡିସେମ୍ବର ୩୧ରେ ମିଳିବ ମାଧୋ ସିଂ ହାତଖର୍ଚ୍ଚ । SC/ST ଛାତ୍ରଛାତ୍ରୀ ଏହି ଯୋଜନାରେ ଉପକୃତ ହେବ । ବରଗଡ଼ ଜିଲ୍ଲା ଘେଁସରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ଆଜି ଏନେଇ ରାଜ୍ୟସ୍ତରୀୟ ଭାରତୀୟ ଭାଷା ଉତ୍ସବରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ଏହି ଯୋଜନା ଜରିଆରେ ରାଜ୍ୟର ଲକ୍ଷାଧିକ ଏସସି, ଏସଟି ଛାତ୍ରଛାତ୍ରୀ ସୁଫଳ ପାଇବେ ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇ କହିଛନ୍ତି, ରାଜ୍ୟରେ SC,ST ଛାତ୍ରଛାତ୍ରୀଙ୍କୁ ଶିକ୍ଷାକ୍ଷେତ୍ରରେ ଆଗକୁ ନେବା ଲକ୍ଷରେ ରାଜ୍ୟରେ ଏହି ନୂଆ ଯୋଜନା ଅର୍ଥାତ୍ ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ଆରମ୍ଭ ଚଳିତ ବର୍ଷରୁ ଆରମ୍ଭ କରାଯିବ ।
ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନାରେ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବର୍ଷକୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ତେବେ ଏହି ଯୋଜନା ପାଇଁ ରାଜ୍ୟ ସରକାରଙ୍କ ୧୫୬ କୋଟି ଟଙ୍କା ଖର୍ଚ୍ଚ ହେବ । ତେବେ ଏହି ଯୋଜନା ମାଧ୍ୟମରେ ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କ ଡ୍ରପ୍ ଆଉଟ୍ ସମସ୍ୟା ଦୂର ହୋଇପାରିବ ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଆର୍ଥିକ ସମସ୍ୟା ଯୋଗୁଁ ଅନେକ ରାଜ୍ୟର ବିଚ୍ଛିନ୍ନାଞ୍ଚଳର ଏସସି, ଏସଟି ଛାତ୍ରଛାତ୍ରୀମାନେ ଅଧାରୁ ପାଠ ପଢା ବନ୍ଦ କରିବାର ନିଷ୍ପତ୍ତି ନେଉଛନ୍ତି । ହେଲେ ଏହି ଯୋଜନା ଲାଗୁ ହେବା ପରେ ଏଣିକି କାହା ପାଠପଢାରେ ଆଉ ବାଧା ସୃଷ୍ଟି ହେବ ନାହିଁ ।
ସୂଚନାଥାଉ ଯେ, ଚଳିତ ବର୍ଷ ବଜେଟରେ ଶିକ୍ଷାକ୍ଷେତ୍ର ପାଇଁ ୩୫ ହଜାର ୫୩୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ନୂଆ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ସରକାର ଆରମ୍ଭ କରିଛନ୍ତି । ବଜେଟରେ ଏଥିପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ପାଇଁ ୭୦୧ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ।












Click it and Unblock the Notifications