ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଜନସାଧାରଣଙ୍କ ସହ ସିଧା ସମ୍ପର୍କ ଓଡ଼ିଶା ଶାସନରେ ନୂଆ ମାନଦଣ୍ଡ ସ୍ଥାପନ କରିଛି
ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରାୟ ଗୋଟିଏ ବର୍ଷ କାର୍ଯ୍ୟକାଳ ପୂରଣ କରୁଥିବାରୁ, ତାଙ୍କ ନେତୃତ୍ୱ ଉପରେ ଏବେ ସମସ୍ତଙ୍କର ରହିଛି ନଜର । ଭାରତୀୟ ଜନତା ପାର୍ଟି ମୋହନ ସରକାରଙ୍କ ସଫଳତାକୁ ପ୍ରଶଂସା କରୁଥିବା ବେଳେ ବିରୋଧୀ କିନ୍ତୁ ସରକାରଙ୍କ ତ୍ରୁଟି ଖୋଜୁଛି, କିନ୍ତୁ ରାଜନୈତିକ ରେଖା ବାହାରେ, ଗୋଟିଏ କଥା ସ୍ପଷ୍ଟ ଯେ, ମୋହନ ମାଝୀଙ୍କ ଲୋକପ୍ରିୟତା ରାଜ୍ୟରେ ବୃଦ୍ଧି ପାଉଛି। ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ସେ ହେଉଛନ୍ତି ପ୍ରଶଂସିତ, ମୋହନ ମାଝୀ ତୃଣମୂଳ ସ୍ତରର ନେତୃତ୍ୱକୁ ଶାସନର ପ୍ରମୁଖ ସ୍ଥାନକୁ ଆଣିଛନ୍ତି, କିନ୍ତୁ ସବୁକିଛି ହାସଲ କରିବା ପାଇଁ ଗୋଟିଏ ବର୍ଷ ଯଥେଷ୍ଟ ନୁହେଁ, କିନ୍ତୁ ମୋହନ ସରକାର ରାଜ୍ୟବାସୀଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଅନେକ ଯୋଜନା ଆରମ୍ଭ କରିବା ସହ ଅନେକ ମଧ୍ୟ କାର୍ଯ୍ୟକାରୀ କରିଛନ୍ତି।

ସୁଚନାନୁସାରେ, ବୌଦ୍ଧ ଜିଲ୍ଲାର ଏକ ଦମ୍ପତି ତାଙ୍କ ୭ ବର୍ଷର ଝିଅ ପ୍ରତ୍ୟୁଷା ଗିରିଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ , କାରଣ ଝିଅଟି ଜେରୋଡର୍ମା ନାମକ ଏକ ଜଟିଳ ରୋଗରେ ପୀଡ଼ିତ ଥିଲା । ଏହି ରୋଗର ଚିକିତ୍ସା ମଧ୍ୟ ବହୁ ବ୍ୟୟସାପେକ୍ଷ । ପରିବାର ଲୋକ ତାଙ୍କୁ ଚିକିତ୍ସା କରାଇପାରୁନଥିଲେ । ୫ ଅଗଷ୍ଟ, ୨୦୨୪ରେ ଏକ ସାଧାରଣ ଅଭିଯୋଗ ଶୁଣାଣି ସମୟରେ, ମୁଖ୍ୟମନ୍ତ୍ରୀ ମାଝୀ ବ୍ୟକ୍ତିଗତ ଭାବରେ ସେମାନଙ୍କର ନିବେଦନ ଶୁଣିଥିଲେ ଏବଂ ପରିବାରକୁ ତୁରନ୍ତ ସହାୟତା ଯୋଗାଇବା ଲାଗି ଶିଶୁର ଚିକିତ୍ସା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଆର୍ôଥକ ସହାୟତା ମଞ୍ଜୁର କରିଥିଲେ। ଆଉ ଏହି ଘଟଣା ଏକ ବଡ଼ ପଦକ୍ଷେପର ଅଂଶ ଥିଲା , କିନ୍ତୁ ନିକଟରେ ହୋଇଥିବା ଅଭିଯୋଗ ଶୁଣାଣି ସମୟରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଥିବା ୨୪ ଜଣଙ୍କୁ ୩୦.୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଏହା ସୁନିଶ୍ଚିତ କରିଥିଲା ଯେ ଆର୍ôଥକ ଦୃଷ୍ଟିରୁ ଦୁର୍ବଳ ପରିବାରକୁ ସମୟାନୁସାରେ ସହାୟତା ମିଳିଲା, ଯାହା ମୋହନ ସରକାରଙ୍କ ଜରୁରୀ ଚିକିତ୍ସା ଆବଶ୍ୟକତା ପୂରଣ କରିବା ପ୍ରତି ପ୍ରତିବଦ୍ଧତାର ପ୍ରମାଣ ଅଟେ।
ଆଉ ଏକ ଉଲ୍ଲେଖନୀୟ ଘଟଣା ହେଉଛି ଜଣେ ମହିଳା ଡାକ୍ତରଙ୍କ ସ୍ଥାନାନ୍ତର। ଭୁବନେଶ୍ୱରର ପି.କେ. ଆଚାର୍ଯ୍ୟ କେଉଁଝରରେ କାମ କରୁଥିବା ତାଙ୍କ ବୋହୂଙ୍କୁ ପୁରୀକୁ ସ୍ଥାନାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । କାରଣ ତାଙ୍କ ପୁଅ ପୁରୀରେ କାର୍ଯ୍ୟରତ ଥିଲେ , ଅନ୍ୟପଟେ କେଉଁଝରରେ , ଯେଉଁ କାରଣରୁ ଏହି ଦମ୍ପତି ବହୁ ବର୍ଷ ଧରି ଅଲଗା ଭାବରେ ରହୁଥିଲେ। ୧ ଜୁଲାଇ, ୨୦୨୪ରେ ସେଲ୍ ପୁନରୁଦ୍ଧାର ପରେ ପ୍ରଥମ ଅଭିଯୋଗ ଶୁଣାଣି ସମୟରେ, ମୁଖ୍ୟମନ୍ତ୍ରୀ ମୋହନ ମାଝି ବ୍ୟକ୍ତିଗତ ଭାବରେ ଆଚାର୍ଯ୍ୟଙ୍କ ଆବେଦନର ସମୀକ୍ଷା କରିଥିଲେ ଏବଂ ସ୍ଥାନାନ୍ତର ଅନୁରୋଧର ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଉ ଆଚାର୍ଯ୍ୟଙ୍କ ଏହି ଆବେଦ ସେହିଦିନ ଦାଖଲ ହୋଇଥିଲା ଯେଉଁଦିନ ୧,୫୪୦ ଅଭିଯୋଗ ମଧ୍ୟରୁ ଗୋଟିଏ ଥିଲା, ଯାହା ମଧ୍ୟରୁ ଅଧିକାଂଶ ଚାକିରି ନିୟମିତକରଣ, ସ୍ୱାସ୍ଥ୍ୟ ଏବଂ କର୍ମଚାରୀଙ୍କ ସ୍ଥାନାନ୍ତର ସହିତ ଜଡିତ ଥିଲା। ମୁଖ୍ୟମନ୍ତ୍ରୀ ପରିବାରକୁ ଏକାଠି କରିବା ପାଇଁ ଶୀଘ୍ର ନିଷ୍ପତ୍ତି ନେଇଥିଲେ ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ଭୁବନେଶ୍ୱରରେ ସାପ୍ତାହିକ ସୋମବାର ଶୁଣାଣି ସମୟରେ, ଜମି ଏବଂ ସମ୍ପତ୍ତି ବିବାଦ ସହିତ ଜଡିତ ଆହୁରି ଅନେକ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲା । ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ, ମଇ ୨୦୨୫ ସୁଦ୍ଧା, ଜୁନ୍ ୨୦୨୪ ପରଠାରୁ ବିଭିନ୍ନ ପ୍ଲାଟଫର୍ମରେ ଦାଖଲ ହୋଇଥିବା ୮୫,୬୫୦ ଅଭିଯୋଗ ମଧ୍ୟରୁ ୬୮,୭୫୬ (୮୦%) ସମାଧାନ କରାଯାଇଛି। ପ୍ରମୁଖ ମନ୍ତ୍ରୀ ଏବଂ ସଚିବମାନଙ୍କ ସମର୍ଥନରେ ମୋହନ ମାଝିଙ୍କ କାର୍ଯ୍ୟଦକ୍ଷତାମୂଳକ ଆଭିମୁଖ୍ୟ ନିଶ୍ଚିତ କରିଥିଲା ଯେ ଜନସାଧାରଣଙ୍କ ଅଭିଯୋଗ ଘଟଣାସ୍ଥଳରୁ ସମାଧାନ କରାଯାଇଥିଲା କିମ୍ବା ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦୃଢ଼ ନିର୍ଦ୍ଦେଶ ସହିତ ସମ୍ପୃକ୍ତ ବିଭାଗଗୁଡ଼ିକୁ ପଠାଯାଇଥିଲା।
ଅଧିକ ସମାଧାନ ହାର ଅଭିଯୋଗ ସମାଧାନ ପ୍ରକ୍ରିୟାରେ ଜନସାଧାରଣଙ୍କ ବିଶ୍ୱାସକୁ ପୁନଃସ୍ଥାପିତ କରିଛି, ଯାହା ଫଳରେ ପୂର୍ବରୁ ଅଣଦେଖା କରାଯାଇଥିବା ଦୀର୍ଘକାଳୀନ ବିବାଦର ସମାଧାନ ହୋଇପାରିଛି। ଅଭିଯୋଗ ପ୍ରକୋଷ୍ଠରେ ପେନସନ ବିଳମ୍ବ ଏବଂ ଆର୍ôଥକ ସହାୟତା ଭଳି ସମସ୍ୟା ପାଇଁ ସହାୟତା ଲୋଡ଼ିଥିବା ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ବରିଷ୍ଠ ନାଗରିକଙ୍କ ସମେତ ଅବହେଳିତ ଗୋଷ୍ଠୀର ଉଲ୍ଲେଖନୀୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।
ମୁଖ୍ୟମନ୍ତ୍ରୀ ମୋହନ ମାଝି ସିଏମଆରଏଫ ଅଧୀନରେ ଅନ-ଦି-ସ୍ପଟ ଆର୍ôଥକ ଅନୁମୋଦନ ପାଇଁ ଏକ ସିଙ୍ଗଲ ୱିଣ୍ଡୋ ସିଷ୍ଟମ ଆରମ୍ଭ କରିଥିଲେ। ଉଦାହରଣ ସ୍ୱରୂପ, ସମ୍ବଲପୁର ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଶୁଣାଣିରେ, ସେ ନିଶ୍ଚିତ କରିଥିଲେ ଯେ ଜରୁରୀ ମାମଲାଗୁଡ଼ିକୁ ତୁରନ୍ତ ପାଣ୍ଠି ପ୍ରଦାନ କରାଯିବ, ଏବଂ ଅଧିକାରୀମାନଙ୍କୁ ସାତ ଦିନ ମଧ୍ୟରେ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ରାଜଧାନୀ ଭୁବନେଶ୍ୱର ଉପରେ ବୋଝ କମାଇବା ପାଇଁ, ମୁଖ୍ରମନ୍ତ୍ରୀ ଜିଲ୍ଲାସ୍ତରୀୟ ଅଭିଯୋଗ ସମାଧାନକୁ ଉତ୍ସାହିତ କରିଥିଲେ ଏବଂ ସମ୍ବଲପୁର-ବ୍ରହ୍ମପୁର ଭଳି ଅଞ୍ଚଳରେ ଅଭିଯୋଗ ଶୁଣାଣିକୁ ବିସ୍ତାର କରିଥିଲେ, ଯାହା ଫଳରେ ଏହି ପ୍ରକ୍ରିୟା ଅଧିକ ଲୋକଙ୍କ ପାଇଁ ସହାୟକ ହୋଇଥିଲା । ବିଶେଷକରି ଅବହେଳିତ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏହା ସୁଗମ ହୋଇଥିଲା। ଜନ ଶୁଣାଣୀ ପୋର୍ଟାଲ ଏବଂ ଇ-ଅଭିଯୋଗ ଅନଲାଇନ୍ ଅଭିଯୋଗ ପ୍ରଣାଳୀ ପ୍ରଚଳନ ଦ୍ୱାରା ନାଗରିକମାନେ ଅଭିଯୋଗଗୁଡ଼ିକୁ ଟ୍ରାକ୍ କରିପାରିବେ, ଯାହା ଦ୍ୱାରା ସ୍ୱଚ୍ଛତା ଏବଂ ଦକ୍ଷତା ସୁନିଶ୍ଚିତ ହୋଇପାରିବ।
ବର୍ତ୍ତମାନ ରାଜ୍ୟବାସୀ ମୋହନ ସରକାରଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି, ପୂର୍ବ ପ୍ରଶାସନର ଅପହଞ୍ଚତା ସହିତ ଏହାକୁ ତୁଳନା କରୁଛନ୍ତି। ଯାହାକି ରାଜ୍ୟବାସୀଙ୍କ ଏଭଳି ଭାବନା ସୋସିଆଲ ମିଡିଆ ପୋଷ୍ଟରେ ମଧ୍ୟ ଦୃଢ଼ ଭାବରେ ପ୍ରତିଫଳିତ ହୋଇଛି।












Click it and Unblock the Notifications