ଚାର୍ଟାର୍ଡ ଆକାଉଣ୍ଟାଣ୍ଟରୁ ସିନେ ସୁପରଷ୍ଟାର ହୋଇଥିଲେ ଉତ୍ତମ ମହାନ୍ତି
ଚାର୍ଟାର୍ଡ ଆକାଉଣ୍ଟାଣ୍ଟରୁ ବନିଥିଲେ ସିନେ ସୁପରଷ୍ଟାର । ଗ୍ରାଜୁଏସନ ପରେ ଚାର୍ଟାର୍ଡ ଆକାଉଣ୍ଟାନ୍ସି କରିବାକୁ ଯାଇଥିଲେ ଲୁଧିଆନା। ପରେ କଲିକତାରେ ଭାଇଙ୍କ ସହ କିଛିଦିନ ରହିଥିଲେ। ଚାର୍ଟାର୍ଡ ପାଠରେ ଲାଗିନଥିଲା ମନ। ଏହାପରେ ବାରିପଦା ଫେରି ଆସିଥିଲେ ଉତ୍ତମ। ତା' ପରେ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ ଉତ୍ତମ।
। ଅଭିନେତା ଉତ୍ତମ ମହାନ୍ତିଙ୍କର ଫିଲ୍ମ ପାଇଁ ଆଗ୍ରହ ନଥିଲା । ଅଭିମାନରେ ଅଭିନୟ କରିବା ପରେ କିଛିଦିନ ଅଭିନୟରୁ ଦୂରେଇଯାଇଥିଲେ । କିନ୍ତୁ ପରେ ଜିଦରେ ଫେରିଆସିଥିଲେ । ପ୍ରଥମ ଫିଲ୍ମର ସୁଟିଂ ପରେ ସେ ପଢିବା ପାଇଁ କୋଲକାତା ଯାଇଥିଲେ । ସେଠାରେ ଥିବାବେଳେ ଫିଲ୍ମ ନିର୍ଦ୍ଦେଶକ ଧୀର ବିଶ୍ବାଳଙ୍କଠାରୁ ଫିଲ୍ମ 'ଗୌରୀ' ପାଇଁ ଅଫର ମିଳିଥିଲା । ହେଲେ କ୍ରମେ ଏହି ଫିଲ୍ମ ପାଇଁ ତାଙ୍କ ବଦଳରେ ପ୍ରଶାନ୍ତ ନନ୍ଦଙ୍କୁ ନିଆଯାଇଥିଲା । ଯାହା ଉତ୍ତମଙ୍କୁ ଭାରି ଖରାପ ଲାଗିଥିଲା । ତେଣୁ ସେ ଫିଲ୍ମରେ ନିଜର ସ୍ଥାନ ଜମାଇବାକୁ ଜିଦରେ ନିଷ୍ପତ୍ତି ନେଇଥିଲେ। ଏହାପରେ 'ଅଭିମାନ' ଚଳଚ୍ଚିତ୍ରରୁ ଆରମ୍ଭ ହୁଏ ତାଙ୍କ ଫିଲ୍ମ କ୍ୟାରିୟର । ଦୀର୍ଘ ୪୮ ବର୍ଷ ଧରି ସେ ସିନେ ଇଣ୍ଡଷ୍ଟ୍ରିରେ ରାଜ୍ କରିଥିଲେ ।

୧୯୭୭ ମସିହାରେ ବାରିପଦାରେ ପ୍ରସିଦ୍ଧ ଚଳଚିତ୍ର ନିର୍ଦ୍ଦେଶକ ସାଧୁ ମେହେର 'ଅଭିମାନ' ନାମକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରସ୍ତୁତି କରୁଥିଲେ। ଏଥିରେ ଉତ୍ତମ ମହାନ୍ତି ହିରୋ ଭାବେ ଅଭିନୟ କରିବାକୁ ମନୋନୀତ ହୋଇଥିଲେ। ସେତେବେଳେ ବକ୍ସ ଅଫିସରେ ସୁପର ଡୁପର ହିଟ୍ ହୋଇଥିଲା ଏହି ଫିଲ୍ମ। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଡେବ୍ୟୁ କରିଥିଲେ ଉତ୍ତମ। ବାସ୍ ତା'ପରେ ସେ ଆଉ ପଛକୁ ଫେରିନାହାନ୍ତି।












Click it and Unblock the Notifications