ଅଗଷ୍ଟ ୩୧ରୁ ଉତକେଲା ବିମାନ ବନ୍ଦରରୁ ଉଡ଼ିବ ବିମାନ
କଳାହାଣ୍ଡିବାସୀଙ୍କ ପାଇଁ ଖୁସି ଖବର । ଏଣିକି ଭବାନୀପାଟଣାରୁ ସିଧା ଭୁବନେଶ୍ୱର, ଆକାଶପଥରେ ଯୋଡ଼ି ହେବ କଳାହାଣ୍ଡି । ଅଗଷ୍ଟ ୩୧ରୁ ଉତକେଲା ବିମାନ ବନ୍ଦରରୁ ଉଡ଼ିବ ବିମାନ ।
ପ୍ରଥମ ବିମାନ ଦିନ ୧୦ଟା ୩୫ରେ ଭୁବନେଶ୍ବରକୁ ଯାତ୍ରା କରିବ । ଭର୍ଚୁଆଲରେ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ । ଏହି ଖବର ଜଣାପଡିବା ପରେ ବିଭିନ୍ନ ମହଲରେ ଖୁସୀର ଲହର ଖେଳି ଯାଇଛି ।
ବହୁ ଦିନର ଅପେକ୍ଷା ପରେ ଉତକେଲାରୁ ପ୍ରତିଦିନ ବିମାନ ଉଡିବାର ଅନୁମତି ଦେଇଥିଲେ ଭାରତ ସରକାରଙ୍କ ଡିଜିସିଏ । ପୂର୍ବରୁ ଝାରସୁଗୁଡ଼ା, ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଓ ଜୟପୁରକୁ ବିମାନ ଯୋଗାଯୋଗ ବ୍ୟବସ୍ଥା ହୋଇଥିବା ବେଳେ ଏବେ ଏହି ପର୍ଯ୍ୟାୟରେ ଯୋଡ଼ି ହୋଇଛି ଭବନୀପାଟଣା । ମାଲକିନଗିରିରେ ମଧ୍ୟ ଏକ ଗ୍ରୀନଫିଲ୍ଡ ଏୟାରପୋର୍ଟର କାମ ଜାରି ରହିଛି, ଯାହା ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି ।

ସୂଚନା ଅନୁସାରେ, ଗତମାସରେ ଡିଜିସିଏ ଟିମ୍ କଳାହାଣ୍ଡିର ଉତକେଲା ବିମାନ ବନ୍ଦର ଆସି ବିମାନ ଉଡାଣ ପାଇଁ ସ୍ଥିତି ଅନୁଧ୍ୟାନ କରି ଯାଇଥିଲେ । ପରବର୍ତ୍ତୀ ସମୟରେ ସେଠାରେ ଉଡାଣ ପାଇଁ ଅନୁମତି ପ୍ରଦାନ କରିଥିଲେ ।
କଳାହାଣ୍ଡିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି । ଏହା ସହିତ କଳାହାଣ୍ଡିର ପରିଚୟ ମଧ୍ୟ ବଦଳିଛି । ଭବାନୀପାଟଣାରୁ ଭୁବନେଶ୍ବରକୁ ଖୁବଶୀଘ୍ର ଉଡିବ ବିମାନ । ଯୋଗାଯୋଗ, ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ର ହେବ ସୁଦୃଢ । ଏହା ସଂଯୋଗ, ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ବୃଦ୍ଧି କରିବ ।












Click it and Unblock the Notifications