ଏପ୍ରିଲ ୧୦ରୁ ଯୁକ୍ତ ଦୁଇ ଖାତା ଦେଖା, ଅନଲାଇନ୍ ଏବଂ ଅଫଲାଇନରେ ହେବ ମୂଲ୍ୟାୟନ
ଭୁବନେଶ୍ୱର: ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତାଦେଖା । ୨ଟି ପର୍ଯ୍ୟାୟରେ ହେବ ଖେତା ଦେଖା । ଏପ୍ରିଲ ୧୦ରୁ ୨୨ରେ ପ୍ରଥମ ପର୍ଯ୍ୟାୟ ଏବଂ ମେ ୭ରେ ହେବ ଦ୍ୱିତୟୀ ପର୍ଯ୍ୟାୟ । ଚଳିତ ବର୍ଷ ଉଭୟ ଉଭୟ ଅନଲାଇନ୍ ଏବଂ ଅଫଲାଇନ ଜରିଆରେ ମୂଲ୍ୟାୟନ କରାଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ସୂଚନାଥାଉ ଯେ, ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ ସାରା ରାଜ୍ୟରେ +2 ପରୀକ୍ଷା ଆରମ୍ଭ ହୋଇଥିଲା । ୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢେ ୩ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ଯୁକ୍ତ ଦୁଇ ପରୀକ୍ଷା । ଏଥର ବିଜ୍ଞାନରେ ୯୧, ୩୭୯, ବାଣିଜ୍ୟରେ ୨୩,୧୪୮ ଜଣ, କଳାରେ ୨ ଲକ୍ଷ ୨୯ ହଜାର ୧୧୦ଜଣ ପରୀକ୍ଷାର୍ଥୀ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହାଜର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଯେଉଁଥି ପାଇଁ ରାଜ୍ୟରେ ମୋଟ୍ ୧୧ ଶହ୍ ୪୫ଟି ପରୀକ୍ଷା କେନ୍ଦ୍ର ଏବଂ ୨୦୨ଟି ହବ୍ କରାଯାଇଥିଲା ।












Click it and Unblock the Notifications