୧୮ରୁ କଂଗ୍ରେସର ସଂକଳ୍ପ ପଦଯାତ୍ରା, ଗଠନ ହେଲା ୧୭ ଜଣିଆ କମିଟି

ଆସନ୍ତା ୧୮ ତାରିଖରୁ କଂଗ୍ରେସର ସଂକଳ୍ପ ପଦଯାତ୍ରା ଆରମ୍ଭ ହେବାକୁ ଯାଉଛି । ପ୍ରଥମେ ଭୁବନେଶ୍ବର ବିମାନବନ୍ଦରରୁ ଲିଙ୍ଗିପୁର ପର୍ଯ୍ୟନ୍ତ ଏହି ପଦଯାତ୍ରା ହେବ । ଏହାପରେ ପୁଣି ଲିଙ୍ଗିପୁରରୁ ପିପିଲି ପର୍ଯ୍ୟନ୍ତ ଏହି ସଂକଳ୍ପ ପଦଯାତ୍ରା ଯିବ । ସଫଳ ସଡିଶାର ରୂପାୟନ ସହ ଓଡିଶାର ଉନ୍ନତି କାମନା କରି ଏହି ପଦଯାତ୍ରା ହେଉଥିବା ବେଳେ ଏଥିରେ ସାମିଲ ହେବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି, ପିସିସି ସଭାପତି ଭକ୍ତ ଦାସ ।

congress

ଏଥିପାଇଁ ପଦଯାତ୍ରାରେ ସମନ୍ବୟ ରକ୍ଷା ପାଇଁ ୧୭ ଜଣିଆ କମିଟି ଗଠନ ହୋଇଛି । ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ୫ ବିଧାୟକ ଅଛନ୍ତି। ରମେଶ ଜେନା, ଦାଶରଥୀ ଗମାଙ୍ଗ, ସି ଏସ ରାଜନ ଏକ୍କା , କାଡ୍ରାକା ଆପାଲା ସ୍ୱାମୀ ଓ ଅଶୋକ କୁମାର ଦାସ ସଦସ୍ୟ ଅଛନ୍ତି। ବରିଷ୍ଠ ଓ ଯୁବ ନେତୃତଙ୍କୁ ଏହି କମିଟିରେ ସ୍ଥାନ ଦିଆଯାଇଛି। ଏହି କମିଟିରେ ଅଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ପିସିସି ସଭାପତି ଦାୟିତ୍ୱ ନେବା ପରେ ଭକ୍ତ ଚରଣ ଦାସ ସଭାପତିଙ୍କ ଏହା ହେଉଛି ପ୍ରଥମ କମିଟି। ଏହି ପଦ ଯାତ୍ରାରେ ସବୁ ପାର୍ଟି ନେତା ଓ କ୍ୟାଡରଙ୍କୁ ଆହ୍ବାନ ଦେଇଛନ୍ତି ଭକ୍ତ ଚରଣ ଦାସ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+