ବଗି ଚାଲିଗଲା ଇଞ୍ଜିନ ଛାଡି, ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ୍
କଳାହାଣ୍ଡି: ମଝିରୁ ଅଲଗା ହେଲା ମାଲବାହୀ ଟ୍ରେନ୍ । ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରେ ଆଜି ଏପରି ଏକ ଘଟଣା ଘଟିଥିବା ବେଳେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି ।
ପାଖାପାଖି ୩୦୦ ମିଟର ଇଞ୍ଜିନ ଛାଡି ପଳାଇଲା ବଗି । ଦାମନଯୋଡିରୁ ଅନୁଗୁଳ ଯାଉଥିଲା ଆଲୁମିନା ବୋଝେଇ ଟ୍ରେନ୍ । ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଟଳିଲା ବଡ ଦୁର୍ଘଟଣା । ଘଟଣାସ୍ଥଳରେ ପହଞ୍ଚିଲେ ସ୍ଥାନୀୟ ରେଳ କର୍ମଚାରୀ । ମରାମତି ପାଇଁ ଟିଟିଲାଗଡରୁ ଆସୁଛନ୍ତି ଟେକ୍ନିକାଲ ଟିମ୍ । ତେବେ କୌଣସି ଅଘଟଣ ଘଟିନଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଦାମନଯୋଡିରୁ ଆଲୁମିନା ବୋଝେଇ କରି ଅନୁଗୁଳ ଯାଉଥିବା ଟ୍ରେନଟି କେସିଙ୍ଗା ରେଳ ଷ୍ଟେସନରେ ଅଟକି ଥିବା ବେଳେ ଗାଡ଼ି ଛାଡ଼ିବା ବେଳକୁ ମଝି ଭାଗରୁ ଆଲୁମିନା ୱାଗନ ଅଲଗା ହୋଇଯାଇଥିଲା । ଟ୍ରେନ୍ର ୨ଟି ବଗି ପ୍ରାୟ ୩୦ ମିଟର ଅଲଗା ହେଲା ପରେ ଏହା ଦେଖି ଟ୍ରେନ୍କୁ ରୋକିଲେ ଲୋକୋ ପାଇଲଟ ।
ଘଟଣା ସ୍ଥଳରେ ଏବେ ସ୍ଥାନୀୟ ରେଳ ବିଭାଗ ପହଞ୍ଚିଛି । ତେବେ ଏନେଇ ରେଲୱେ ପକ୍ଷରୁ କୌଣସି ସୂଚନା କିମ୍ବା ପ୍ରତିକ୍ରିୟା ମିଳିପାରି ନାହିଁ ।












Click it and Unblock the Notifications