ମାଲବାହୀ ଟ୍ରେନ୍ ଲାଇଚ୍ୟୁତ, ଷ୍ଟେସନ ନିକଟରେ ଟ୍ରାକ୍ରୁ ଖସିଲା ୩ ବଗି
ମାଲବାହୀ ଟ୍ରେନ୍ ଲାଇଚ୍ୟୁତ । ପାରାଦୀପ ରଙ୍ଗିଆଗଡ଼ ରେଲଓ୍ୱେ ଷ୍ଟେସନ ନିକଟରେ ଟ୍ରାକ୍ରୁ ଖସିଯାଇଛି ଟ୍ରେନ୍ର ୩ଟି ବଗି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଖବର ଅନୁଯାୟୀ, ଇଫ୍କୋ କମ୍ପାନୀରୁ ସାର ନେବାକୁ ଆସୁଥିଲା ଏକ ମାଲବାହୀ ଟ୍ରେନ୍ । ରଙ୍ଗିଆଗଡ଼ ରେଲଓ୍ୱେ ଷ୍ଟେସନ ନିକଟରେ ଘଟିଲା ଅଘଟଣ । ହଠାତ୍ ଟ୍ରକରୁ ଖସିଲା ଟ୍ରେନ୍ର ୩ଟି ବଗି । ମାଲବାହୀ ଟ୍ରେନ୍ରେ ଶେଷ ୩ଟି ବଗି ଟ୍ରକରୁ ଖସିଥିବା ଜଣାପଡିଛି । ତେବେ ଏହି ଦୁର୍ଘଟଣାରେ କୌଣସି ବଡ଼ଧରଣର କ୍ଷତି ହୋଇନଥିବା ସୂଚନା ମିଳିଛି ।
ସେପଟେ ଟ୍ରେନ୍ ଦୁର୍ଘଟଣା ପରେ ରେଳବାଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଟ୍ରାକରୁ ଖସିଥିବା ଟ୍ରେନ୍କୁ କିପରି ଟ୍ରାକକୁ ଆଣିବେ । ସେନେଇ ଉଦ୍ୟମ ଜାରି ରହିଛି ।












Click it and Unblock the Notifications