ରାଜ୍ୟରେ ଜାରି ରହିବ ମାଗଣା ଟିକାକରଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବଜୟ ପାଣିଗ୍ରାହୀ
ରାଜ୍ୟରେ ଜାରି ରହିବ ମାଗଣା ଟିକାକରଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବଜୟ ପାଣିଗ୍ରାହୀ
ଭୁବନେଶ୍ୱର: ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟରେ ଜାରି ରହିବ ମାଗଣା ଟିକାକରଣ । ଏନେଇ ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । କେନ୍ଦ୍ରରୁ ପରବର୍ତ୍ତି ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଓଡ଼ିଶାରେ ଜାରି ରହିବ ମାଗଣା ଟିକା ଦାନ । ରାଜ୍ୟରେ ବର୍ତ୍ତମାନ ୧୧୫୦ଟି କେନ୍ଦ୍ରରେ ଦିଆଯାଉଛି ବୁୁଷ୍ଟରଡୋଜ୍ ।

ସୂଚନାଥାଉ ଯେ , କେନ୍ଦ୍ର ସରକାର ଜୁଲାଇ ୧୫ରୁ ସବୁ ବୟସ ବର୍ଗର ଲୋକଙ୍କ ପାଇଁ କରୋନାର ଟିକାର ପ୍ରିକସନ ଡୋଜକୁ ମାଗଣା ଦେବାକୁ ଘୋଷଣା କରିଥିଲେ । ରାଜ୍ୟରେ ମଧ୍ୟ ଏହି ନିୟମ ଲାଗୁ ହୋଇଥିଲା । ଜୁଲାଇ ୧୫ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ରେ ଅର୍ଥାତ ଗତକାଲି ରାଜ୍ୟରେ ଶେଷ ହୋଇଛି ମାଗଣା ଟିକାକରଣ ଅବଧି । ତେବେ ଏହି ସମୟ ମଧ୍ୟରେ ପ୍ରାୟ ୧ କୋଟି ୨୧ ଲକ୍ଷ ୫୦ହଜାର ବୁଷ୍ଟରଡୋଜ୍ ଦିଆଯାଇଛି । ରାଜ୍ୟରେ ୧୮ ରୁ ୫୯ ବୟସର ଲୋକଙ୍କୁ ମାଗଣାରେ ଟିକା ଦିଆ ଯାଉଥିଲା । ସେହିପରି ପୂର୍ବରୁ ୬୦ ବର୍ଷରୁ ଊର୍ଦ୍ଧ୍ଵ ବୟସର ଲୋକଙ୍କୁ ମାଗଣାରେ ଟିକା ଦିଆସରଛି ସେମାନଙ୍କ ମଧ୍ୟରୁ ପ୍ରାୟ ୪୫% ଲୋକ ବର୍ତ୍ତମାନ ପର୍ଯ୍ୟନ୍ତ ଭ୍ୟାକସିନ୍ ନେଇ ସାରିଛନ୍ତି । ସାଧାରଣତଃ ପ୍ରଥମ ଓ ଦ୍ୱିତୀୟ ଡୋଜ ଅପେକ୍ଷା ବୁୁଷ୍ଟରଡୋଜ୍ ଖୁବ କମ ସଂଖ୍ୟାରେ ଲୋକ ନେଇଛନ୍ତି । ଗତକାଲି ଅର୍ଥାତ୍ ସେପ୍ଟେମ୍ବର ୩୦ରେ ମାଗଣା ଟିକାକରଣ ଅବଧି ସରିଯାଇଛି ହେଲେ ଆଗକୁ ମାଗଣା ଟିକାକରଣ ବ୍ୟବସ୍ତା ଜାରି ରହିବ । ତେବେ ରାଜ୍ୟରେ ବର୍ତ୍ତମାନ ୧୧୫୦ଟି କେନ୍ଦ୍ରରେ ଟିକାକରଣର ଦିଆଯାଉଛି ।
ଆଜି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚାନା ଦେଇ କହିଛନ୍ତି ଯେ 'ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ରରୁ କୌଣସି ସୂଚନା ଆସି ନାହିଁ । ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରାଜ୍ୟରେ ମାଗଣା ବୁଷ୍ଟର ଡୋଜ୍ ଦିଆଯିବ । ରାଜ୍ୟରେ ମହଜୁତ ଥିବା ଟିକା ନ ସରିବା ପର୍ଯ୍ୟନ୍ତ ବିନା ମୂଲ୍ୟରେ ଟିକା ଦିଆଯିବ । ପ୍ରିକସନ ଡୋଜ ଦେବାରେ ଓଡ଼ିଶା ସବୁ ରାଜ୍ୟ ଠାରୁ ଆଗୁଆ ରହିଛି ।
-
ଟି୨୦ ବିଶ୍ବକପ ଫାଇନାଲରେ ଭାରତ, ଜାକବ ବେଥେଲଙ୍କ ଲଢ଼ୁଆ ଶତକ ସତ୍ତ୍ବେ ହାରିଲା ଇଂଲଣ୍ଡ -
ବଦଳିବ ପାଗ, ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା -
ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ -
ଭାରତକୁ ପ୍ରତିଦ୍ବନ୍ଦ୍ବୀ ହେବାକୁ ଦେବୁନାହିଁ: ଆମେରିକା -
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣା, ସମୁଦ୍ରରୁ ୮୭ ଜଣଙ୍କ ମୃତଦେହ ଉଦ୍ଧାର












Click it and Unblock the Notifications