For Quick Alerts
Turn On Notification  
For Daily Alerts
Oneindia App Download

ରାଜ୍ୟରେ ଜାରି ରହିବ ମାଗଣା ଟିକାକରଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବଜୟ ପାଣିଗ୍ରାହୀ

ରାଜ୍ୟରେ ଜାରି ରହିବ ମାଗଣା ଟିକାକରଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବଜୟ ପାଣିଗ୍ରାହୀ

|

ଭୁବନେଶ୍ୱର: ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟରେ ଜାରି ରହିବ ମାଗଣା ଟିକାକରଣ । ଏନେଇ ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । କେନ୍ଦ୍ରରୁ ପରବର୍ତ୍ତି ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଓଡ଼ିଶାରେ ଜାରି ରହିବ ମାଗଣା ଟିକା ଦାନ । ରାଜ୍ୟରେ ବର୍ତ୍ତମାନ ୧୧୫୦ଟି କେନ୍ଦ୍ରରେ ଦିଆଯାଉଛି ବୁୁଷ୍ଟରଡୋଜ୍ ।

 vaccination

ସୂଚନାଥାଉ ଯେ , କେନ୍ଦ୍ର ସରକାର ଜୁଲାଇ ୧୫ରୁ ସବୁ ବୟସ ବର୍ଗର ଲୋକଙ୍କ ପାଇଁ କରୋନାର ଟିକାର ପ୍ରିକସନ ଡୋଜକୁ ମାଗଣା ଦେବାକୁ ଘୋଷଣା କରିଥିଲେ । ରାଜ୍ୟରେ ମଧ୍ୟ ଏହି ନିୟମ ଲାଗୁ ହୋଇଥିଲା । ଜୁଲାଇ ୧୫ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ରେ ଅର୍ଥାତ ଗତକାଲି ରାଜ୍ୟରେ ଶେଷ ହୋଇଛି ମାଗଣା ଟିକାକରଣ ଅବଧି । ତେବେ ଏହି ସମୟ ମଧ୍ୟରେ ପ୍ରାୟ ୧ କୋଟି ୨୧ ଲକ୍ଷ ୫୦ହଜାର ବୁଷ୍ଟରଡୋଜ୍ ଦିଆଯାଇଛି । ରାଜ୍ୟରେ ୧୮ ରୁ ୫୯ ବୟସର ଲୋକଙ୍କୁ ମାଗଣାରେ ଟିକା ଦିଆ ଯାଉଥିଲା । ସେହିପରି ପୂର୍ବରୁ ୬୦ ବର୍ଷରୁ ଊର୍ଦ୍ଧ୍ଵ ବୟସର ଲୋକଙ୍କୁ ମାଗଣାରେ ଟିକା ଦିଆସରଛି ସେମାନଙ୍କ ମଧ୍ୟରୁ ପ୍ରାୟ ୪୫% ଲୋକ ବର୍ତ୍ତମାନ ପର୍ଯ୍ୟନ୍ତ ଭ୍ୟାକସିନ୍ ନେଇ ସାରିଛନ୍ତି । ସାଧାରଣତଃ ପ୍ରଥମ ଓ ଦ୍ୱିତୀୟ ଡୋଜ ଅପେକ୍ଷା ବୁୁଷ୍ଟରଡୋଜ୍ ଖୁବ କମ ସଂଖ୍ୟାରେ ଲୋକ ନେଇଛନ୍ତି । ଗତକାଲି ଅର୍ଥାତ୍ ସେପ୍ଟେମ୍ବର ୩୦ରେ ମାଗଣା ଟିକାକରଣ ଅବଧି ସରିଯାଇଛି ହେଲେ ଆଗକୁ ମାଗଣା ଟିକାକରଣ ବ୍ୟବସ୍ତା ଜାରି ରହିବ । ତେବେ ରାଜ୍ୟରେ ବର୍ତ୍ତମାନ ୧୧୫୦ଟି କେନ୍ଦ୍ରରେ ଟିକାକରଣର ଦିଆଯାଉଛି ।

ଆଜି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚାନା ଦେଇ କହିଛନ୍ତି ଯେ 'ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ରରୁ କୌଣସି ସୂଚନା ଆସି ନାହିଁ । ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରାଜ୍ୟରେ ମାଗଣା ବୁଷ୍ଟର ଡୋଜ୍ ଦିଆଯିବ । ରାଜ୍ୟରେ ମହଜୁତ ଥିବା ଟିକା ନ ସରିବା ପର୍ଯ୍ୟନ୍ତ ବିନା ମୂଲ୍ୟରେ ଟିକା ଦିଆଯିବ । ପ୍ରିକସନ ଡୋଜ ଦେବାରେ ଓଡ଼ିଶା ସବୁ ରାଜ୍ୟ ଠାରୁ ଆଗୁଆ ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Free vaccination to continue in state:Bijay Panigrahi
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X