ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ମାଗଣା ୟୁନିଫର୍ମ ; କାହାକୁ କେତେ ହଳ ଡ୍ରେସ୍ ?

ଜୁଲାଇ ୧୫ ତାରିଖ ସୁଦ୍ଧା ସମସ୍ତ ସ୍କୁଲ ପିଲାଙ୍କୁ ବଣ୍ଟା ଯିବ ମାଗଣା ୟୁନିଫର୍ମ । ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ପୋଷାକ ଦିଆଯିବ । ଏନେଇ ମାର୍ଗଦର୍ଶିକା ଜାରି କରାଯାଇଛି । ପିଲାଙ୍କୁ କିଭଳି ଭାବରେ ମିଳିବ ପୋଷକ । କେଉଁଠି ମିଳିବ ପୋଷାକ ଏବଂ କେବେ ସୁଧା ମିଳିବ ପିଲାଙ୍କୁ ପୋଷକ । ଏପଟେ ପ୍ରାଥମିକ ଛାତ୍ରୀଙ୍କୁ ମିଳିବ ଫ୍ରକ୍ ଓ ଉଚ୍ଚ ପ୍ରାଥମିକଙ୍କୁ ମିଳିବ ସାଲଓ୍ବାର କମିଜ । ଟେଲରିଂ ୟୁନିଟ୍ ଥିବା ଏସ୍ଏଚ୍‌ଜି ଯୋଗାଇବେ ପୋଷାକ ।

Free uniforms will be provided to students

କାହାକୁ ମିଳିବ କେତେହଳ ପୋଷକ-
ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରମାନଙ୍କୁ ଦୁଇ ହଳ ନିଦ୍ଧିଷ୍ଟ ରଙ୍ଗର ପ୍ୟାଣ୍ଟ ଓ ଧଳା ସାର୍ଟ ଛାତ୍ରୀମାନଙ୍କୁ ଦୁଇ ହଲ ଫ୍ରକ ପୋଷକ ଦିଆଯିବ । ଏହା ସହିତ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରୀମାନଙ୍କୁ ଦୁଇ ହଳ ସାଲୱାର କମିଜ ଓ ଓଢଣୀ ଦିଆଯିବ ।

ପୋଷକର ରଙ୍ଗ ଓ ଗୁଣବତ୍ତା ଉପରେ ବିଶେଷ ଧ୍ୟାନ ଦିଆଯିବ । ପୋଷାକ ବଣ୍ଟନ ସମୟରେ ସଠିକ ଭାବେ ସମସ୍ତ ଛାତ୍ରଛାତ୍ରୀମାନଙ୍କ ନାମ ଶ୍ରେଣୀ ୱାରୀ ଖାତାରେ ଲିପିବଦ୍ଧ କରାଯାଇ ସେମାନଙ୍କର ଦସ୍ତଖତ ନିଆଯିବ । ପୋଷାକ ବଣ୍ଟନ ପ୍ରକ୍ରିୟା ଜୁଲାଇ ୧୫ ତାରିଖ ସୁଦ୍ଧା ଶେଷ କରା‌ଯିବ ।

ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି (ଶିକ୍ଷାବିତ୍ / ବିଶିଷ୍ଟ ବ୍ୟକ୍ତି / ସମାଜସେବୀ)ଙ୍କ ଉପସ୍ଥିତିରେ ଛାତ୍ର ଛାତ୍ରୀଙ୍କ ପୋଷାକ ବଣ୍ଟନ କରାଯିବ । ପୋଷାକ ବଣ୍ଟନ ବେଲେ ଛାତ୍ର ଛାତ୍ରୀଙ୍କ ଫୋଟୋ ଉତ୍ତୋଲନ କରାଯିବ ।

କିଭଳି ହେବ ପୋଷାକ ବଣ୍ଟନ-
ଯଦି 25 ହଜାର ଟଙ୍କା ବା ତା ଠାରୁ କମ୍ ମୂଲ୍ୟର ପୋଷାକ ରାଶି ଜମା ହୋଇଥିବା ବିଦ୍ୟାଳୟ କ୍ଷେତ୍ରରେ ବିଦ୍ୟାଳୟ ପରିଚାଳନା କମିଟିର ସ‌ଦସ୍ୟଗଣ ସ୍ଥାନୀୟ ବଜାରକୁ ଯାଇ ତର୍ଜମା କରିବେ । ଏହା ସହିତ ଯେଉଁମାନଙ୍କର 25 ହଜାରରୁ ଅଧିକ ମୂଲ୍ୟର ପୋଷାକ ରାଶି ଜମା ହୋଇଥିବା ବିଦ୍ୟାଳୟ କ୍ଷେତ୍ରରେ ଉଚ୍ଚ ବିଦ୍ୟାଳୟର ସ୍କୁଲ ପରିଚାଳନା କମିଟି ୩ଟି ଭିନ୍ନ ଭିନ୍ନ କୋଟେସନ ସଂଗ୍ରହ କରିବେ ।

ସ୍କୁଲ ପରିଚାଳନା କମିଟି ଅଧିବେଶନରେ ଉକ୍ତ କୋଟେସନ ଯାଞ୍ଚ କରାଯିବ ଏବଂ ସବୁଠାରୁ କମ ମୂଲ୍ୟର କୋଟେସନକୁ ବୈଠକରେ ଅନୁମୋଦନ କରାଯିବ । ସେହି ଅନୁମୋଦିତ ସଂସ୍ଥା ସହିତ ପୋଷାକ ବିତରଣ ପାଇଁ ଚୁକ୍ତି କରାଯିବ । ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ତମ ମାନର ପୋଷାକ ଯୋଗାଣ ପାଇଁ ଧ୍ୟାନ ଦିଆଯିବ । ଜିଲ୍ଲା ପ୍ରକଳ୍ପ ସଂଯୋଜକ ମାର୍ଗଦର୍ଶିକା ଅନୁସାରେ ଛାତ୍ରଛାତ୍ରୀ ମାନେ ଉତ୍ତମ ମାନର ପୋଷାକ ପାଇଛନ୍ତି ବୋଲି ଏକ ସାର୍ଟିଫିକେଟ ରାଜ୍ୟ କାର୍ଯ୍ୟାଳୟକୁ ଯୋଗାଇ ଦିଆଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+