ମାଗଣାରେ ଆଜି ଇ-ବସ୍ ଓ ଇ-ରିକ୍ସାରେ ଆପଣ ଯାତ୍ରା କରିପାରିବେ; ଜାଣନ୍ତୁ କାହିଁକି ?
ଆଜି ମାଗଣାରେ ଇ-ବସ୍ ଓ ଇ-ରିକ୍ସା । ମାଗଣାରେ ଇ-ବସ୍ ଓ ଇ-ରିକ୍ସାରେ ଆଜି ଆପଣ ଯାତ୍ରା କରିପାରିବେ । ଇ-ବସ୍ ଓ ଇ-ରିକ୍ସାରେ ଆଜି ମାଗଣାରେ ଆପଣ ଯାତ୍ରା କରିପାରିବେ । ଏ ନେଇ ଘୋଷଣା ହୋଇଛି ।
ଆଜି ହେଉଛି ସ୍ୱଚ୍ଛ ବାୟୁ ଦିବସ । ଆଉ ଏହାକୁ ପାଳନ କରିବା ପାଇଁ ଏମିତି ଉପାୟ କରାଯାଇଛି । ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ଭୁବନେଶ୍ୱରରେ ଆଜି କ୍ରୁଟ୍ର ସମସ୍ତ ମୋ ଇ-ବସ୍ ଓ ଇ-ରିକ୍ସାରେ ଯାତ୍ରା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଏନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଘୋଷଣା କରିଛନ୍ତି ।
ଯାତ୍ରୀମାନେ ଆଜି ମାଗଣାରେ ଯାତ୍ରା କରିପାରିବେ। ଭୁବନେଶ୍ୱରରେ ୧୦ଟି ରୁଟ୍ରେ ଏବେ ୫୦ଟି ଇ-ବସ୍ ଓ ୫୦ଟି ଇ-ରିକ୍ସା ଚଳାଚଳ କରୁଛି ।

ଆପଣ ଯଦି ଆଜିର ଟିକେଟ ଦେଖିବେ ସେଥିରେ କୌଣସି ମୁଲ୍ୟ ଲେଖା ହୋଇନାହିଁ । କେବଳ ଯାତ୍ରୀଙ୍କ ସଂଖ୍ୟା ପଡି ମୂଲ୍ୟ ସ୍ଥାନରେ ଶୂନ୍ୟ , ପଡୁଛି । ଆଉ ରେଟ୍ ଜାଗାରେ ଶୂନ୍ୟ ଲେଖାଯାଇଛି । ଏହାର ଅର୍ଥ ଯାତ୍ରୀଙ୍କ ଠାରୁ କୌଣସି ଦେୟ ନିଆଯାଉ ନାହିଁ । ତାହା ସହ ଏ ନେଇ ଲୋକଙ୍କୁ ସଚେତନ କରୁଛି କ୍ରୁଟ ।
ପରିବେଶ ସ୍ୱଚ୍ଛ ରଖିବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ଆନ୍ତର୍ଜାତିକ ସ୍ୱଚ୍ଛ ବାୟୁ ଦିବସ ପାଳନ କରାଯାଏ ( ଇଣ୍ଟରନ୍ୟାସନାଲ ଡେ' ଫର୍ ବ୍ଲୁ ସ୍କାଏଜ ) । ଏହି ଦିବସ ଅବସରରେ ରାଜଧାନୀ ସହରାଞ୍ଚଳ ପରିବହନ - କ୍ରୁଟ୍ ପକ୍ଷରୁ ଆଜି ମାଗଣା ଇ-ବସ୍ ଓ ଇ-ରିକ୍ସା ସେବା ଯୋଗାଇ ଦେବା ବ୍ୟବସ୍ଥା କରାଯାଇଛି ।
ଆଜି କ୍ରୁଟ୍ର ଇ-ବସ୍ ଓ ଇ-ରିକ୍ସାରେ ମାଗଣା ଯାତ୍ରା କରିପାରିବେ ଯାତ୍ରୀ । ସ୍ୱଚ୍ଛ ବାୟୁ ଦିବସ ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏହି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରଦୂଷଣ କମାଇବା ଲକ୍ଷ୍ୟରେ ରାଜଧାନୀର ୧୦ଟି ରୁଟ୍ରେ ଗଡୁଛି ଇ-ବସ ।












Click it and Unblock the Notifications