ସୂର୍ଯ୍ୟାଲୋକ ସମାଜସେବା ପରିବାର ପକ୍ଷରୁ ନିଃଶୁକ୍ଳ ଅକ୍ସିଜେନ ଯୋଗାଣ
ଯାଜପୁର ଜିଲ୍ଲାର ଏକ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସୂର୍ଯ୍ୟାଲୋକ ସମାଜ ସେବା ପକ୍ଷରୁ କରୋନା ସମୟରେ ମାଗଣା ଅକ୍ସିଜେନ ଯୋଗାଣ କରାଯାଉଛି ।
ଯାଜପୁର: ଜିଲ୍ଲାର ଏକ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସୂର୍ଯ୍ୟାଲୋକ ସମାଜ ସେବା ପକ୍ଷରୁ କରୋନା ସମୟରେ ମାଗଣା ଅକ୍ସିଜେନ ଯୋଗାଣ କରାଯାଉଛି । କରୋନାର ଦ୍ୱିତୀୟ ଲହରରେ ବହୁ କରୋନା ଆକ୍ରାନ୍ତଙ୍କ ନିକଟରେ ଓ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ଅକ୍ସିଜେନର ଅଭାବ ଦେଖାଦେଇଛି । ଯାହା ଫଳରେ ରୋଗୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେବା ସହିତ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଏହି ସମୟରେ ସୂର୍ଯ୍ୟାଲୋକ ସମାଜ ସେବା ନିଃଶୁକ୍ଳରେ ରୋଗୀମାନଙ୍କୁ ଅକ୍ସିଜେନ ଯୋଗାଇ ଦେବାର ବ୍ୟବସ୍ଥା କରିଛି ।

ଏହି ଟ୍ରଷ୍ଟର ସଦସ୍ୟ ମାନେ ଖବର ପାଇବା ମାତ୍ରେ ରୋଗୀଙ୍କ ନିକଟରେ ଅକ୍ସିଜେନ ସିଲିଣ୍ଡର ଓ ଅକ୍ସିଜେନ ସାନ୍ଦ୍ରକ ପହଞ୍ଚାଇବାର ବ୍ୟବସ୍ଥା କରୁଛନ୍ତି । ଫଳରେ ବହୁ ରୋଗୀ ଏହା ଦ୍ୱାରା ଉପକୃତ ହେଉଛନ୍ତି । ଏ ପର୍ଯ୍ୟନ୍ତ ୪୧ ଟି ରୋଗୀଙ୍କ ପାଖରେ ନିଃଶୁକ୍ଳ ସେବା ଯୋଗାଇ ଦିଆଯାଇସାରିଛି । ଆଗକୁ ମଧ୍ୟ ଟ୍ରଷ୍ଟ ଏହି ସେବା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛି । ଏହା ସହିତ ଅମ୍ଳଜାନ ଆବଶ୍ୟକ ହେଲେ ଟ୍ରଷ୍ଟ ସଦସ୍ୟ ବସୁବନ୍ଧୁ ଦାସଙ୍କ ମୋବାଇଲ ନଂ ୯୩୪୮୦୮୭୭୭୬ ଓ ସତ୍ୟ ସନ୍ଧିବିଗ୍ରହଙ୍କ ମୋବାଇଲ ନଂ ୯୩୪୮୩୮୧୫୧୬ ରେ ଯୋଗା ଯୋଗ କରିବାକୁ ନିବେଦନ କରିଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଆଜକୁ ଦୀର୍ଘ ଦିନ ହେଲା ଏହି ଟ୍ରଷ୍ଟ ବିଭିନ୍ନ ସମୟରେ ଅବହେଳିତ ମାନଙ୍କୁ ସହାୟତାର ହାତ ବଢ଼ାଇ ଚାଲିଛି ଓ ମେଡିକାଲରେ ରକ୍ତ ଆବଶ୍ୟକ ପଡୁଥିବା ରୋଗୀଙ୍କୁ ରକ୍ତ ଯୋଗାଇ ଦେଉଛି ।












Click it and Unblock the Notifications