ଏସସିବିରେ ଆରମ୍ଭ ହେବାକୁ ଯାଉଛି ମାଗଣା ଲିଭର ଟ୍ରାନସପ୍ଲାଣ୍ଟ
ଏସସିବିରେ ଆରମ୍ଭ ହେବାକୁ ଯାଉଛି ଲିଭର ଟ୍ରାନସପ୍ଲାଣ୍ଟ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଆଜି ଏହାର ଉଦଘାଟନ କରିଛନ୍ତି।
କଟକ: ଚିକିତ୍ସା କ୍ଷେତ୍ରରେ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଯୋଡ଼ି ହେବାକୁ ଯାଉଛି ନୂଆ ଫର୍ଦ। ଏସସିବିରେ ଆରମ୍ଭ ହେବାକୁ ଯାଉଛି ଲିଭର ଟ୍ରାନସପ୍ଲାଣ୍ଟ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଆଜି ଏହାର ଉଦଘାଟନ କରିଛନ୍ତି। ଏବେ ଆଉ ସାଧାରଣ ରୋଗୀଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଲିଭର ଟ୍ରାନ୍ସପ୍ଲାଣ୍ଟ କରିବାକୁ ପଡ଼ିବ ନାହିଁ। କାରଣ ଏସସିବି ମେଡିକାଲରେ ଏହି ସେବା ଏବେ ମାଗଣାରେ ଉପଲବ୍ଧ ହେବ।

ହେପାଟୋଲୋଜି ଓ ଗ୍ୟାଷ୍ଟ୍ରୋସର୍ଜରୀ ବିଭାଗ ମିଳିତ ସହଯୋଗରେ ଟ୍ରାନ୍ସପ୍ଲାଣ୍ଟ ହେବ। ଏହା ସହ ଶିଶୁରୋଗ ବିଭାଗରେ ଶିଶୁ ଆଲର୍ଜି, ଶ୍ୱାସରୋଗ ଓ ଫୁସଫୁସ ବିଭାଗ ବର୍ହିବିଭାଗକୁ ମଧ୍ୟ ଉଦ୍ଘାଟନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଏହାସହ ପେଡିଏଟିକ ଆଲର୍ଜି ଓ ଆଜ୍ମାର ଏକ OPDକୁ ମଧ୍ୟ ଉଡଘାଟନ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ଆଜି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମତେ ଏସସିବି ବଡ଼ ମେଡ଼ିକାଲର ସୁପରିଟେଣ୍ଡେଣ୍ଟ ଡା ଲୁସି ଦାସ, ଏସସିବି ମେଡ଼ିକାଲ କଲେଜର ପ୍ରିନ୍ସିପାଲ(ଡେନ)ଡାକ୍ତର ଦତେଶ୍ୱର ହୋତା, ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା,କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିଶନର ଅନନ୍ୟା ଦାସ ,ଚୌଦ୍ୱାର କଟକ ବିଧାୟକ ସ୍ୱଭିକ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।
ହେପାଟୋଲୋଜି ଓ ଗ୍ୟାଷ୍ଟୋସର୍ଜରୀ ବିଭାଗର ମିଳିତ ସହଯୋଗ ରେ ଏହି ଅପରେସନ କରାଯିବ। ଏହି ଟ୍ରାନସପ୍ଲାଣ୍ଟ ପାଇଁ ସାଧାରଣତଃ ୨୫ରୁ ୩୦ ଲକ୍ଷ ଟଙ୍କା ଆବଶ୍ୟକ ହେଉଥିବା ବେଳେ ଏବେ ଏସସିବି ରେ ମାଗଣାରେ ଉପଲବ୍ଧ ହେବ। ଆଜି କିଛି ରୋଗୀ ଙ୍କ ଓପିଡିରେ ନାମ ପଞ୍ଜିକରଣ କରାଯାଇଅଛି। କିଛି ମାସ ପରେ ଏହି ପ୍ରକ୍ରିୟା ଆରମ୍ଭ ହେବ। ତେବେ ଭାରତ ବର୍ଷରେ ଏହି ବିରଳ ପ୍ରତିରୋପଣ ଚିକିତ୍ସା ଏବେ କଟକରେ ମାଗଣାରେ ମିଳିବାକୁ ଥିବାରୁ ରୋଗୀଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications