Get Updates
Get notified of breaking news, exclusive insights, and must-see stories!

ଏଥର ସଚିବଙ୍କ ସହ ଡାଇରେକ୍ଟ କଥାବାର୍ତ୍ତା: ରାଜ୍ୟର ପ୍ରତି ପଞ୍ଚାୟତ କାର୍ଯ୍ୟାଳୟରେ ଲାଗିବ ଇଣ୍ଟରନେଟ

ଭୁବନେଶ୍ୱର: ଗାଁର ବିକାଶ ପାଇଁ ରାଜ୍ୟ ସରକାରଙ୍କର ନୂଆ ପଦକ୍ଷେପ । ଏଥର ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟରେ ଲାଗିବ ଇଣ୍ଟନେଟ୍ । ସିଧା ସଳଖ ମନ୍ତ୍ରୀଙ୍କ ସହ କଥା ହୋଇପାରିବେ ସରପଞ୍ଚ । ରାଜ୍ୟ ମୁଖ୍ୟାଳୟରୁ ହେବ ଭିଡିଓ କନଫେରେନ୍ସିଂ ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ୬ ହଜାର ୭୯୪ ଗ୍ରାମ ପଞ୍ଚାୟକ କାର୍ଯ୍ୟାଳୟରେ ବିଏସଏନଏଲର ହାଇସ୍ପିଟ ବ୍ରଡବ୍ୟାଣ୍ତ କନେକ୍ସନ ଲଗାଯିବ । ଏହା ସହ ପ୍ରସ୍ତୁତ କରାଯିବ ସ୍ୱତନ୍ତ୍ର ଭିଡିଓ କନଫେରେନ୍ସିଂ ରୁମ । ଏନେଇ ବିଡିଓ ଓ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଚାୟତିରାଜ ବିଭାଗ । ତେବେ ଏହି ପ୍ରୋଜେକ୍ଟ ଜରିଆରେ ସରକାର କରିଥିବା ଯୋଜନାର ଗ୍ରାଉଣ୍ତ ଜିରୋରେ କାର୍ଯ୍ୟ ଉପରେ ନଜର ରଖିବେ ମନ୍ତ୍ରୀ ଓ ସଚିବ ।

BSNL

ତେବେ ଆଇଟି ଓ ଇଲୋକ୍ଟ୍ରୋନିକ୍ସ ବିଭାଗ ମାଧ୍ୟମରେ ଓକାକ୍ ଏହି ବ୍ୟବସ୍ଥାର ମନିଟରିଂ କରିବ । ଆଗଷ୍ଟ ୧୫ ସୁଦ୍ଧା ଏହି ପ୍ରୋଜେକ୍ଟର ଭିତ୍ତିଭୂମି କାର୍ଯ୍ୟ ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପଞ୍ଚାୟତ କାର୍ଯ୍ୟାଳୟରେ କମ୍ୟୁଟର, ଟିଭି, ବ୍ରଡବ୍ୟାଣ୍ତ ସଂଯୋଗ ପାଇଁ ଦୁଇଟି ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯିବା ସହ ସମୟ ସିମା ମଧ୍ୟରେ ସମସ୍ତ କାର୍ଯ୍ୟ ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କର ଏହି ପଦକ୍ଷେକୁ ସ୍ୱାଗତ କରିଛନ୍ତି ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+