କୋଲକାତକୁ ମାଗଣା ବସ୍ ସେବା:ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କୋଲକାତାକୁ ମାଗଣା ବସ୍ ସେବା ଆରମ୍ଭ ହେବ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ, ଭୁବନେଶ୍ୱର ଏବଂ କଟକରୁ ମାଗଣା ବସ୍ ସେବା ଯୋଗାଇ ଦିଆଯିବ । ବାଲେଶ୍ୱର ରୁଟରେ ଟ୍ରେନ୍ ଚଳାଚଳ ସ୍ୱାଭିବିକ୍ ହେବା ପର୍ଯ୍ୟନ୍ତ ମାଗଣା ବସ୍ ସେବା ଜାରି ରହିବ । ତେବେ ଏନେଇ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଖର୍ଚ୍ଚ ହେବା ନେଇ ସୂଚନା ରହିଛି ।

ସୂଚନଥାଉ ଯେ, ବାହାନଗା ଟ୍ରେନ ଦୁର୍ଘଟଣା ପରେ ବାଲେଶ୍ୱର ରୁଟରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଏପରି ସ୍ଥିତିରେ ଓଡ଼ିଶାରୁ କୋଲକତା ଯିବା ଆସିବା କରିବାକୁ ଲୋକେ ହଇରାଣ ହେଉଥିବାରୁ ଏପରି ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ପ୍ରତିଦିନ ପାଖପାଖି ୫୦ଟି ବସ୍ ପୁରୀ, ଭୁବନେଶ୍ୱର ଓ କଟକରୁ ଯାତାୟତ କରିବ ବୋଲି ସୂଚନା ଦିଆଯାଇଛି । ଓଡ଼ିଶା ୩ଟି ସହରରୁ କୋଲକାତାକୁ ଆଜିଠାରୁ ମାଦଣା ବସ ସେବା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।












Click it and Unblock the Notifications