ମୁଖ୍ୟ ଶାସନ ସଚିବଙ୍କ ନାଁରେ ଫେକ ହ୍ୱାଟସ୍ ଆପ୍ ଆକାଉଣ୍ଟ
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନାମରେ ଫେକ୍ ଆକାଉଣ୍ଟ। ତାଙ୍କର ହ୍ୱାଟସ୍ ଆପ୍ ପ୍ରୋଫାଇଲ ବ୍ୟବହାର କରି ଲୁଟ କରୁଛନ୍ତି ଠକ । ମଙ୍ଗଳବାର ଦିନ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ଏହି ମାମଲା ବିଷୟରେ ସୂଚନା ପ୍ରଦାନ କରିଛି ।
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଫଟୋ ବ୍ୟବହାର କରି ଖୋଲାଯାଇଛି ଫେକ୍ ହ୍ୱାଟସ୍ ଆପ୍ ଆକାଉଣ୍ଟ। ତାଙ୍କର ହ୍ୱାଟସ୍ ଆପ୍ ପ୍ରୋଫାଇଲ ବ୍ୟବହାର କରି ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିଛନ୍ତି ସାଇବର ଠକ। ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ ବାର୍ତ୍ତା ଜରିଆରେ ଏହି ମାମଲା ବିଷୟରେ ସୂଚନା ପ୍ରଦାନ କରିଛି ।

ସେଲ୍ ନମ୍ବର (9315641784) ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଫଟୋ ବ୍ୟବହାର କରି ଲୋକଙ୍କୁ କିଛି ବିଲ୍ ପୈଠ କରିବାକୁ କିମ୍ବା କିଛି ଟଙ୍କା ପଠାଇବାକୁ କହୁଛି। "ଆମେ ଲୋକଙ୍କୁ ଜଣାଇବାକୁ ଚାହୁଁଛୁ ଯେ ମୁଖ୍ୟ ସଚିବ ଏପରି କୌଣସି ନମ୍ବର ବ୍ୟବହାର କରନ୍ତି ନାହିଁ ଏବଂ ସେ କାହାକୁ ତାଙ୍କ ତରଫରୁ କୌଣସି ବିଲ୍ ଦେବାକୁ କିମ୍ବା କୌଣସି ଆକାଉଣ୍ଟକୁ ଟଙ୍କା ପଠାଇବାକୁ କୁହନ୍ତି ନାହିଁ ବୋଲି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।ସିଏସଙ୍କ କାର୍ଯ୍ୟାଳୟ ଲୋକଙ୍କୁ ସତର୍କ ରହିବାକୁ ଏବଂ ଯଦି ସେ ଏପରି କୌଣସି ବାର୍ତ୍ତା ପାଆନ୍ତି ତେବେ ପୋଲିସକୁ ଜଣାଇବାକୁ ଅନୁରୋଧ କରିଥିଲେ।
ଏହି ନକଲି ବାର୍ତ୍ତା ଆଧାରରେ କରାଯାଇଥିବା କୌଣସି କାରବାର ପାଇଁ ମୁଖ୍ୟ ସଚିବ ଉତ୍ତରଦାୟୀ ରହିବେ ନାହିଁ ବୋଲି ଏଥିରେ ଦର୍ଶାଯାଇଛି।"ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ନାଗରିକମାନଙ୍କୁ ଅନୁରୋଧ କରୁଛୁ ଯେ ପ୍ରଶାସକ, ମନ୍ତ୍ରୀ କିମ୍ବା ପ୍ରସିଦ୍ଧ ବ୍ୟକ୍ତିଙ୍କ ଫଟୋ ଥିବା ଆକାଉଣ୍ଟରୁ ଆସୁଥିବା ଏହିପରି ସାମାଜିକ ଗଣମାଧ୍ୟମ ବାର୍ତ୍ତା ବିଷୟରେ ସଜାଗ ରୁହନ୍ତୁ।
ସୂଚନା ଯୋଗ୍ୟଯେ, କିଛି ଦିନ ପୂର୍ବରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ଵତନ୍ତ୍ର ରିଲିଫ କମିସନର ପିକେ ଜେନାଙ୍କ ନାମରେ ମଧ୍ୟ ଏହି ଭଳି ଫେକ ଆକାଉଣ୍ଟ ଖୋଲିଥିଲେ ସାଇବର ଠକ ମାନେ। ସେହିଭଳି କେତେଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ମନ୍ତ୍ରୀଙ୍କ ମଧ୍ୟ ଅନୁରୂପ ଭାବରେ ଫେକ ଆକାଉଣ୍ଟ ଖୋଲାଯାଇଥିବା ସୂଚନା ମିଳିଛି।












Click it and Unblock the Notifications