ଶ୍ରୀମନ୍ଦିରରେ ପୂଜା ନାଁରେ ଉତ୍ସବ ଆପରେ ଠକେଇ ଘଟଣା: ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ସିଂହଦ୍ୱାର ଥାନା ପୋଲିସ
ପୁରୀ: ଶ୍ରୀମନ୍ଦିରରେ ପୂଜା ନାଁରେ ଉତ୍ସବ ଆପରେ ଠକେଇ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ସିଂହଦ୍ୱାର ଥାନା ପୋଲିସ । ଘଟଣାର ସତ୍ୟତା ଉପରେ ତଦନ୍ତ କରି ରିପୋର୍ଟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଆବଶ୍ୟକ ସ୍ଥଳେ ଏହି ଠକେଇ ଆପ୍ ବିରୋଧରେ ଏତଲା ଦେବାକୁ ଚିଠିରେ କୁହାଯାଇଛି ।
ଶ୍ରୀମନ୍ଦିରରେ ପୂଜା କରିବାକୁ ଏହି ଆପ୍ ମାଧ୍ୟମରେ ବିଜ୍ଞାପନ ଦିଆଯାଉଛି । ଭକ୍ତମାନେ କୌଣସି ସ୍ଥାନରେ ରହି ନିଜ ନାଁରେ ଭୋଗ ଚଢାଇ ପାରିବେ ବୋଲି ଏହି ଆପ୍ରେ କୁହାଯାଇଛି । ଆଉ ଏହା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ପଶ୍ଚିମବଙ୍ଗର ଏକ ଟିମ୍ ଏହି ଅନଲାଇନ ଆପ୍ କରିଛି । ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାର ପୂଜା ଏବଂ ଭୋଗ ଲଗାଇବାପାଇଁ ଭିନ୍ନ ଭିନ୍ନ ରେଟ ଚାଟ ରଖାଯାଇଛି ।

ଏଥିସହିତ ବିଗ୍ରହଙ୍କ ମାସିକ ପୂଜା ପାଇଁ ୮ହଜାର ୧ଶହ ଟଙ୍କା । ରଥଯାତ୍ରାରେ ସ୍ୱତନ୍ତ୍ର ଭୋଗ ପାଇଁ ୪ହଜାର ୫୦୧ ଟଙ୍କା । ସମ୍ପୂର୍ଣ୍ଣ ପରିବାର ସହ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜା ପାଇଁ ୨ହଜାର ୪୦୧ଟଙ୍କା । ଏବଂ ଶ୍ରୀମନ୍ଦିରରେ ଧ୍ୱଜା ବାନ୍ଧିବାକୁ ୨ ହଜାର ୧୫୧ ଟଙ୍କା ପୈଠ କରିବାକୁ କୁହାଯାଇଛି । ସମ୍ପୂର୍ଣ୍ଣ ପରିବାର ପାଇଁ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ପୂଜା କରିବାକୁ ହେଲେ୨୪୦୧ ଟଙ୍କା ଓ ଶ୍ରୀମନ୍ଦିରରେ ଧ୍ଵଜା ବାନ୍ଧିବାକୁ ୨୧୫୧ ଟଙ୍କା ପୈଠ କରିବାକୁ ହେବ। ମନ୍ଦିରରେ ନାମ ଓ ଗୋତ୍ର ସଂକଳ୍ପ କରିବା ପାଇଁ ୮୦୧ ଟଙ୍କା ଓ ମଣ୍ଡପଭୋଗ ଦାନ ପାଇଁ ୬୯୦୧ ଟଙ୍କା ଦେବାକୁ ଆପରେ ବିଜ୍ଞାପନ ରହିଛି ।
ଏବେ ସୁଦ୍ଧା ଏହି ଆପ୍ ଜରିଆରେ ଅନଲାଇନ୍ ଭୋଗ ଲଗାଇବା ପାଇଁ ୩ହଜାର ୭୦୦ରୁ ଅଧିକ ଭକ୍ତ ବୁକିଂ କରିଥିବା ଜଣାପଡ଼ିଛି । ଶ୍ରୀମନ୍ଦିରର ଛାମୁ ଖୁଣ୍ଟିଆ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ଏନେଇ ଆପତ୍ତି ଉଠାଇବା ସହ ସିଂହଦ୍ଵାର ଥାନାରେ ଅଭିଯୋଗ କରିଛନ୍ତି । ଆପର ମୁଖ୍ୟ ସୌରଜିତ ବାସୁ, ପ୍ରଜତ ସାମନ୍ତ ଏବଂ ଅଙ୍କିତା ଦେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଥାନାରେ ଅଭିଯୋଗ କରିଛନ୍ତି ।
-
ପୁଣି ଥରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷିଆ, ସାରା ବିଶ୍ବରେ.... -
ବୁଡ଼ିଗଲା ଇରାନର ଯୁଦ୍ଧ ଜାହାଜ, 101 ଜଣ ନିଖୋଜ -
ହୋଲିରେ କର୍ମଚାରୀଙ୍କୁ ବଡ଼ ଉପହାର, ୩% ବଢିଲା ମହଙ୍ଗା ଭତ୍ତା -
ଇରାନର ମିସାଇଲ୍ ମାଡ଼ରେ ଆମେରିକାର ଯବାନ ନିହତ -
ଇରାନୀ ବିମାନକୁ ଗୁଳି କରି ଖସାଇଲା ଇସ୍ରାଏଲ -
ପ୍ରଧାନମନ୍ତ୍ରୀ ମୋଦୀ ଚାଲିଯିବା ପରେ ଅପରେସନ;ଇସ୍ରାଏଲ ରାଷ୍ଟ୍ରଦୂତ -
ଆଫଗାନିସ୍ତାନ - ପାକିସ୍ତାନ ମୁହାଁମୁହିଁ ; ୧୫୦ ସୈନ୍ୟଙ୍କୁ ମାରିଲା ଆଫଗାନିସ୍ତାନ, ୪୦ ପୋଷ୍ଟ୍ ଉପରେ କବଜା -
T-20 ବିଶ୍ବକପର ଆଜି ପ୍ରଥମ ସେମିଫାଇନାଲ୍ ମୁକାବିଲା, ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ -
ଆଫଗାନ ତାଲିବାନର କମାଣ୍ଡରଙ୍କୁ ହତ୍ୟା -
ମଧ୍ୟପ୍ରାଚ୍ୟ ଉତ୍ତେଜନା ବୃଦ୍ଧି ଯୋଗୁଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ -
ଶାକାହାରୀମାନଙ୍କୁ ହେବନି ଏହି 5 ପ୍ରକାର କ୍ୟାନ୍ସର, ରିସର୍ଚ୍ଚରୁ ବଡ଼ ଖୁଲାସା -
ବିଜୟ ମହାପାତ୍ରଙ୍କ ଘରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ












Click it and Unblock the Notifications