ଭକ୍ତ ନିବାସ ନାଁରେ ଠକେଇ ମାମଲା; ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
ପୁରୀ: ପୁରୀ ଏପରି ଏକ ତୀର୍ଥସ୍ଥଳୀ, ଯେଉଁଠାକୁ ପ୍ରତିଦିନ ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତ ଜଗା ଦର୍ଶନ ଲାଗି ଛୁଟି ଆସନ୍ତି। କିନ୍ତୁ ଏହାର ସୁଯୋଗ ନେଇ ଭକ୍ତ ନିବାସ ଗୁଡିକ ନାଁରେ ଫେକ୍ ଓ୍ବେବସାଇଟ୍ ଖୋଲି ଭକ୍ତ ମାନଙ୍କୁ ଠକେଇ ହେଉଥିବାର ଖବର ବାରମ୍ବାର ସାମ୍ନାକୁ ଆସୁଛି ।

ତେଣୁ ଏ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢୀ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଅନୁରୋଧ କରିଛନ୍ତି। ସେ ପତ୍ର ମାଧ୍ୟମରେ ଦର୍ଶାଇଛନ୍ତି ଯେ, ଶ୍ରୀମନ୍ଦିରର ନିଜସ୍ଵ ଓ୍ବେବସାଇଟ୍ ମାଧ୍ୟମରେ ଭକ୍ତ ନିବାସ ଗୁଡିକ ବୁକିଂ ହୋଇଆସୁଛି। କିନ୍ତୁ କିଛି ଖଳ ପ୍ରକୃତିର ଲୋକ ଫେକ୍ ଓ୍ବେବସାଇଟ୍ ଖୋଲି ଭକ୍ତ ନିବାସ ନାଁରେ ଭକ୍ତ ମାନଙ୍କୁ ଠକି ଆସୁଛନ୍ତି। ଏପରିକି ନକଲି ବ୍ୟାଙ୍କ ଆକାଉଣ୍ଟ ଖୋଲି ଟଙ୍କା ନେଣଦେଣ ମଧ୍ୟ ହେଉଥିବା ଶ୍ରୀମନ୍ଦିର ପ୍ରଶାସନ ପ୍ରମାଣ ପାଇଛି। ତେଣୁ ତୁରନ୍ତ ଏ ନେଇ ପଦକ୍ଷେପ ନେବାକୁ ଚିଠିରେ ଅନୁରୋଧ କରାଯାଇଛି।












Click it and Unblock the Notifications