ଆଜି ଅନବସରର ଚତୁର୍ଦ୍ଦଶୀ ତିଥି ; ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ବନକ ଲାଗି ନୀତି

ଆଜି ଅନବସରର ଚତୁର୍ଦ୍ଦଶୀ ତିଥି । ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ବନକ ଲାଗି ନୀତି । ଦତ୍ତମହାପାତ୍ର ସେବାୟତ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀନଅରରୁ ଖଡ଼ିପ୍ରସାଦ ବିଜେ କରାଯିବ । ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡ଼ିପ୍ରସାଦ ଦଇତାପତି ଓ ଦତ୍ତମହାପାତ୍ର ସେବକମାନେ ରୁପା ଥାଳରେ ଆଣି ଗଜପତି ମହାରାଜାଙ୍କୁ ଅର୍ପଣ କରିବେ । ଏହାପରେ ଦତ୍ତମହାପାତ୍ର ସେବାୟତ ମାନେ ହିଙ୍ଗୁଳ, ହରିତାଳ, କେଶର, କସ୍ତୁରୀ, ଧଳା ଓ କଳା ରଙ୍ଗ ବ୍ୟବହାର କରି ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରିବେ ।

ତେବେ ଆଜି ଏହି ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଥିବାବେଳେ ଦତ୍ତମହାପାତ୍ର ସେବାୟତମାନେ ମହାପ୍ରଭୁଙ୍କ ଏହି ନୀତି କରିବେ । ସେପଟେ ଆଉ ମାତ୍ର ଦୁଇଦିନ ପରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଥଯାତ୍ରାକୁ ନେଇ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତିକୁ ଜୋରଦାର କରାଯାଉଛି ।

worship of Lord jagannath

ମନ୍ଦିର ପରିସରରେ ଅଭାବନୀୟ ଘଟଣା । ମହାପ୍ରଭୁଙ୍କ ମୋଦକ ଚୋରି । ଶ୍ରୀବିଗ୍ରହଙ୍କ ଲାଗି ଉଦ୍ଦେଶ୍ୟରେ ଆସିଥିବା ଦଶମୂଳ ମୋଦକ ଚୋରି ହୋଇ ଯାଇଛି। ଲାଗି ପୂର୍ବରୁ ଚୋରି ହୋଇଥିବାରୁ ଏହା ମାରା ହୋଇଥିବା ଏବଂ କିଭଳି ମହାପ୍ରଭୁଙ୍କ ଲାଗିହେଲା ସେ ନେଇ ପ୍ରଶ୍ନ କରିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର । ଏ ନେଇ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନକୁ ଚିଠି ଲେଖି ଅବଗତ କରାଇବା ସହ ମାରା ମୋଦକଚୋରି ନେଇ ଅଭିଯୋଗ ଆଣିଛନ୍ତି ବାଡ଼ ଗ୍ରାହୀ ।

ମାରା ହୋଇଥିବା ମୋଦକକୁ କିଭଳି ମହାପ୍ରଭୁଙ୍କୁ ସମର୍ପିତ ହେଲା ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ହଳଧର । ଅନବସର ଏକାଦଶୀ ଦିନ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ଦଶମୂଳ ମୋଦକ ସେବାରେ କବିରାଜ ସେବକ ଭକ୍ତମାନେ ମୋଦକ ଆଣି ଶ୍ରୀମନ୍ଦିର ଗାରଦ କାର୍ଯ୍ୟାଳୟରେ କମାଣ୍ଡରଙ୍କ ତତ୍ବାବଧାନରେ ଜମା ଦେଇ ଥାଆନ୍ତି । କିନ୍ତୁ ଦୁଃଖର ବିଷୟ ମହାପ୍ରଭୁଙ୍କ ଭୋଗ ନିମନ୍ତେ ମୋଦକ ମଣତି ନେଇ ନେବା ସମୟରେ ମୂର୍ତ୍ତି ୩୧୩ ଅମୁଣିଆ ମୋଦକରୁ ମୃତି ୭୦ କମ୍ ଥିଲା । ଏହି ମାରା ହୋଇଥିବା ମୋଦକ ମହାପ୍ରଭୁଙ୍କୁ ମୂର୍ତ୍ତି ମୂଳ କିପରି କରାଗଲା । ଏହି ଅପରାଧ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+