ଛତିଶଗଡ଼ ଧାନ ଉପରେ ନଜର ରଖ : ଗଠନ ହେଲା ସ୍ୱତନ୍ତ୍ର ଟିମ୍, ସନ୍ଦେହ ହେଲେ ଚାଷୀ କରି ପାରିବେ ଅଭିଯୋଗ
ଓଡି଼ଶା ଭିତରେ ଛତିଶଗଡ଼ ଧାନ ପ୍ରବେଶ ନେଇ ନଜର ରଖିବାକୁ ନିର୍ଦ୍ଦେଶ ।
ସମ୍ବଲପୁର : ଓଡି଼ଶା ଭିତରେ ଛତିଶଗଡ଼ ଧାନ ପ୍ରବେଶ ନେଇ ନଜର ରଖିବାକୁ ନିର୍ଦ୍ଦେଶ । ଏନେଇ ସମ୍ବଲପୁର ସୀମାରେ କଡ଼ା ନଜର ରଖିଛି ପ୍ରଶାସନ । ଏଥିପାଇଁ ସ୍ୱତନ୍ତ୍ର ଭାବରେ ଚାରିଟି ଟିମ୍ ଗଠନ କରାଯାଇଛି । ପ୍ରତି ଟିମରେ ଜଣେ ଲେଖାଏଁ ମାଜିଷ୍ଟ୍ରେଟ ଓ ଯୋଗାଣ ବିଭାଗର କର୍ମଚାରୀ ଅଛନ୍ତି । ଆହୁରି ମଧ୍ୟ ଯଦି ଧାନଗାଡ଼ି ଉପରେ ସନ୍ଦେହ ହୁଏ ତେବେ ଚାଷୀମାନେ ସିଧାସଳଖ ଯୋଗାଣ ବିଭାଗର ଅଧିକାରୀଙ୍କୁ ଅଭିଯୋଗ କରିପାରିବେ ।

ସେପଟେ ଛତିଶଗଡ଼ ଧାନକୁ ଓଡ଼ିଶାରେ ବିକ୍ରି ରୋକିବାକୁ 8ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି କରିଛନ୍ତି ରାଜ୍ୟ ସରକାର । ଛଡିଶଗଡ଼ରୁ ବେଆଇନ ଭାବରେ ଯେପରି ଧାନ ଓଡ଼ିଶାକୁ ନ ଆସେ ସେନେଇ ନଜର ରଖିବାକୁ ଏହି ଚିଠିରେ କୁହାଯାଇଛି । ଯେଉଁ 8ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି ସେମାନେ ହେଲେ ବରଗଡ଼. ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ଝାରସୁଗୁଡା, ସୁନ୍ଦରଗଡ଼ ଓ ନବରଙ୍ଗପୁର । ଏହି ସବୁ ଜିଲ୍ଲାରେ ଛତିଗଡରୁ ଆସୁଥିବା ଧାନ ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।












Click it and Unblock the Notifications