ନବରଙ୍ଗପୁରରେ ଶ୍ବାସରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ଘଟଣା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନବରଙ୍ଗପୁର ନନ୍ଦାହାଣ୍ଡିରେ ଶ୍ବାସରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଲେଖାଏଁ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁଃଖ ପ୍ରକାଶ ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଡାଲଗୁଡା ଗ୍ରାମର ଏକ ଘରୋଇ ନିର୍ମାଣାଧୀନ ପାଇଖାନାରେ କାମ କରୁଥିବା ବେଳେ ଫ୍ଲସ ଖସି ଯାଇ ଦୁଇ ଗୁରୁତର ହୋଇଯାଇଥିଲେ । ଏହା ଜାଣିବା ପରେ ତାଙ୍କୁ ରକ୍ଷା କରିବା ପାଇଁ ଆଉ 2 ଜଣ ଯାଇଥିଲେ । ଉଦ୍ଧାର କରିବାକୁ ଯାଇଥିବା ସମୟରେ ସେମାନଙ୍କ ଉପରେ ବି ଫ୍ଲସ ପଡ଼ିଯାଇଥିଲା ।

mohan majhi

ଫଳରେ ସମସ୍ତେ ଶ୍ବାସରୁଦ୍ଧ ହୋଇଯାଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଇଖାନା ଟାଙ୍କି ଭିତରୁ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ତେବେ 4 ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+