ହୀରାକୁଦରେ ଖୋଲିଲା ଆଉ ୪ଟି ଗେଟ୍

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍‌ । ୧୨ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ବାମ ପାର୍ଶ୍ୱର ୮ ଓ ଡାହାଣ ପାର୍ଶ୍ଵର ୪ଟି ଗେଟ୍‌ ଖୋଲା ରହିଛି । ଜଳଭଣ୍ଡାରର ଜଳସ୍ତର ୬୨୯ ଦଶମିକ ୯୭ ଫୁଟ ରହିଛି । ୨ ଲକ୍ଷ ୫ ହଜାର ୪୨୬ କ୍ୟୁସେକ ଜଳ ଡ୍ୟାମକୁ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୬୭ ହଜାର ୩୦୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

Hirakud

ଅନ୍ୟପଟେ ସମ୍ବଲପୁରରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଂଚଳରେ ପାଣି ଜମିଛି । ଜଗନ୍ନାଥ କଲୋନୀ ରାସ୍ତାରେ ପାଣି ଲହଡି ଭାଙ୍ଗୁଛି । ସାକ୍ଷୀପଡାରୁ ଜଗନ୍ନାଥ କଲୋନୀ ସଂଯୋଗ କରୁଥିବା ଅଣ୍ଡରପାସରେ ମଧ୍ୟ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ଯଦି ବର୍ଷା ଲାଗିରହେ ବିଭିନ୍ନ ଘରକୁ ପାଣି ପଶିବାର ଆଶଙ୍କା କରାଯାଉଛି । ସେହିପରି ଦାନୀପାଲି ଅଂଚଳରେ ମଧ୍ୟ ସମାନ ସ୍ଥିତି । ଡ୍ରେନେଜ ବ୍ୟବସ୍ଥା ଠିକ୍ ନଥିବାରୁ ଗୋଟିଏ ଦିନର ବର୍ଷାରେ ବେହାଲ ହୋଇପଡ଼ିଛି ସମ୍ବଲପୁର ସହର । ହୀରାକୁଦର ୧୨ଟି ଗେଟ୍‌ ଖୋଲାଥିବାରୁ ନଦୀ ମଧ୍ୟ ଫୁଲିବାରେ ଲାଗିଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+