ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍
ହୀରାକୁଦ ଡ୍ୟାମର ଆଉ ୪ଟି ସ୍ଲୁଇସ୍ ଗେଟ୍ ଖୋଲିଲା । ୨୮ଟି ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ ।
ସମ୍ବଲପୁର: ହୀରାକୁଦ ଡ୍ୟାମର ଆଉ ୪ଟି ସ୍ଲୁଇସ୍ ଗେଟ୍ ଖୋଲିଲା । ୨୮ଟି ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ବାମ ପାର୍ଶ୍ୱରୁ ୧୯ଟି ଓ ଡାହାଣ ପାର୍ଶ୍ୱରୁ ୯ଟି ଗେଟ୍ ଖୋଲା । ଉପରମୁଣ୍ଡରେ ବର୍ଷା ଯୋଗୁଁ ପର୍ଯ୍ୟାୟକ୍ରମେ ଖୋଲୁଛି ଗେଟ୍ ।

ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ବଢୁଛି ଜଳସ୍ତର । ଆଜି ସକାଳେ ହୀରାକୁଦରେ ୬ଟି ଗେଟ ଖୋଲାଯାଇଥିବାବେଳେ ଦିନ ୨ଟାରେ ଆଉ ୬ଟି ଗେଟ ଖୋଲାଯାଥିଲା । ଏବେ ମୋଟ ୨୮ଟି ଗେଟରେ ଖୋଲାଯାଇଛି ବନ୍ୟାଜଳ । ହୀରାକୁଦକୁ ୩ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୨.୨୫ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।
ସେପଟେ ଲଘୁଚାପ ଜନିତ ବର୍ଷାରେ ୪୩୩୪ ଗାଁ ଓ ୩୯ଟି ପୌରାଞ୍ଚଳ ପ୍ରଭାବିତ ହୋଇଥିବାବେଳେ ୪ଜଣଙ୍କ ମୃତ୍ୟୁ, ୨ ଜଣ ନିଖୋଜ ହୋଇଛନ୍ତି । ୩ହଜାର ୮୩୯ ଘର ଓ ୧.୩୦ଲକ୍ଷ ହେକ୍ଟର ଜମି ପ୍ରଭାବିତ ହୋଇଛି ।












Click it and Unblock the Notifications