ଖୋଲିଲା ହୀରାକୁଦର ଆଉ ୪ ଗେଟ୍; ବର୍ତ୍ତମାନ ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
ଖୋଲିଲା ହୀରାକୁଦର ଆଉ ୪ଟି ଗେଟ । ୨୦ଟି ଗେଟ ଦେଇ ବର୍ଷା ପାଣି ନିଷ୍କାସିତ ହେଉଛି । ବାମ ପାର୍ଶ୍ୱରୁ ଓ ଡାହାଣ ପାର୍ଶ୍ୱରୁ ୭ଟି ଗେଟ ଖୋଲା ହୋଇଛି । ଅନ୍ୟପଟେ ରାଜ୍ୟରେ ସମ୍ଭାବନା ବନ୍ୟା ପରିସ୍ଥିତି । ଏନେଇ ଜଳ ସମ୍ପଦ ମୁଖ୍ୟଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ସୂଚନା ଦେଇଛନ୍ତି । କହିଛନ୍ତି, ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରେ ଗେଟ ଖୋଲିବ ।

ହୀରାକୁଦର ଆଉ ୪ଟି ଗେଟ ଖୋଲାଯିବ । ମୋଟ ୨୦ଟି ଗେଟ ଦେଇ ଜଳ ନିଷ୍କାସିତ ହେବ । ୩ ଲକ୍ଷ ୬୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେବ । ଆସନ୍ତାକାଲି ମୁଣ୍ଡଳିରେ ୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ସକାଳ ୮ଟାରୁ ଦିନ ୧୧ଟା ମଧ୍ୟରେ ୬ ଲକ୍ଷ କ୍ୟୁସେକ ଜଳ ବୋହିବ । ଶାଖା ନଦୀଗୁଡିକ ଜଳସ୍ତର ବଢିବ । କିନ୍ତୁ ବନ୍ୟା ସ୍ଥିତି ଦେଖିବାକୁ ମିଳିବ ନାହିଁ । ବର୍ଷା କମିଥିବାରୁ ବନ୍ୟା ସ୍ଥିତି କମିଛି ।












Click it and Unblock the Notifications