Get Updates
Get notified of breaking news, exclusive insights, and must-see stories!

ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ବର୍ତ୍ତମାନ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଖୋଲିଲା ୪ଟି ଗେଟ । ବର୍ତ୍ତମାନ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ । ଏବେ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୬.୨୩ ଫୁଟ। ଜଳଭଣ୍ଡାରକୁ ପ୍ରବେଶ କରୁଛି ୨ ଲକ୍ଷ ୧୫ ହଜାର ୬୪୪ କ୍ୟୁସେକ ଜଳ । ନିଷ୍କାସିତ ହେଉଛି ୧ ଲକ୍ଷ ୩୩ ହଜାର ୫୩ କ୍ୟୁସେକ ଜଳ ।

ରାଜ୍ୟରେ ଲଘୁଚାପ ଜନିତ ବର୍ଷା ପରେ ବିଭିନ୍ନ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ବିଶେଷକରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇଛି । ସତର୍କ ସଙ୍କେତ ଅତିକ୍ରମ କରି ବଢୁଛି ଜଳକା ନଦୀ । ମଥାନୀ ଠାରେ ସତର୍କ ସଙ୍କେତ ୬.୦୦ରହିଥିବା ବେଳେ ବିପଦ ସଙ୍କେତ ରହିଛି ୬.୫୦। ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୩୨ ମିଟରରେ ପ୍ରବାହିତ ହେଉଛି । ଫଳରେ ପୁଣି ଜଳକା ନଦୀରେ ବନ୍ଯା ଆଶଙ୍କା ଦେଖା ଦେଇଛି ।

Four more gates of Hirakud opened

ଲଘୁଚାପ ପ୍ରଭାବରେ ଗତ ତିନି ଦିନ ଧରି ବସ୍ତା ସମେତ ନଦୀର ଉପରମୁଣ୍ଡ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା କାରଣରୁ ବଢୁଛି ଜଳସ୍ତର । ଯଦି ବନ୍ୟା ହୁଏ ତାହେଲେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଏବଂ ସଦର ବ୍ଲକର ୨ ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରା ଯାଉଛି, ବନ୍ଯା ହେଲେ ହଜାର ହଜାର ହେକ୍ଟର ଜମିରେ କିଛି ଦିନ ପୂର୍ବରୁ ରୂଆ ଯାଇ ଥିବା ଧାନ ତଳି ପଚି ନଷ୍ଟ ହେବାର ଆଶଙ୍କା ରହିଛି । ଯାହାକୁ ନେଇ ଚାଷୀ ମାନେ ଚିନ୍ତାରେ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+