Get Updates
Get notified of breaking news, exclusive insights, and must-see stories!

ପୁଣି ଖୋଲିଲା ହୀରାକୁଦ ଡ୍ୟାମର ୪ଟି ଗେଟ୍ ; ମୋଟ୍ ୧୨ଟି ସ୍ଲୁଇସ୍‌ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ

ପୁଣି ଖୋଲିଲା ହୀରାକୁଦ ଡ୍ୟାମର ୪ଟି ଗେଟ୍ । ଏବେ ମୋଟ୍ ୧୨ଟି ସ୍ଲୁଇସ୍‌ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ । ବାମ ପାର୍ଶ୍ୱର ୮ଟି ଓ ଡାହାଣ ପାର୍ଶ୍ୱର ୪ଟି ସ୍ଲୁଇସ୍‌ ଗେଟ୍ ଖୋଲା ।

Four gates of Hirakud Dam reopened

ଲଘୁଚାପ ପ୍ରଭାବରେ ୨୯ ତାରିଖ ପର୍ଯ୍ୟନ୍ତ ବର୍ଷାରେ ଭିଜିବ ଓଡ଼ିଶା । ପ୍ରବଳ ବୃଷ୍ଟିପାତ ନେଇ ଅନେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର । ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଉତ୍ତର ଓଡିଶା ଏବଂ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳମୁହାଁ ହେବ। ଆସନ୍ତା ୨୪ ଘଣ୍ଟା ପାଇଁ ବାଲେଶ୍ଵର,ଭଦ୍ରକ,ମୟୁରଭଞ୍ଜ,କେଉଁଝରରେ ପ୍ରବଳ ବର୍ଷା ଅର୍ଥାତ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ଆଶଙ୍କା କରାଯାଇଛି। ବିଜୁଳି ଘଡଘଡି ସହ ପବନର ବେଗ ୩୦ ରୁ ୪୦ କିଲେମିଟର ରହିବା ସମ୍ଭାବନା ରହିଛି ।

ଏନେଇ ଏହି ସବୁ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ଏଥିସହ କେନ୍ଦ୍ରାପଡ଼ା, ଯାଜପୁର,କଟକ, ଜଗତସିଂହପୁର, ଢେଙ୍କାନାଳ,କୋରାପୁଟ,ମାଲକାନଗିରି ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ବାକି ୧୨ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବୃଷ୍ଟିପାତ ଯୋଗୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ବଢିବ ନଦୀର ଜଳ ସ୍ତର। ବିଶେଷକରି ବୁଢ଼ାବଳଙ୍ଗ, ବୈତରଣୀ ଓ ସଂଲଗ୍ନ ନଦୀ ଗୁଡ଼ିକରେ ଜଳ ସ୍ତର ବଢ଼ିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+