ବନ୍ଦ ହେଲା ହୀରାକୁଦର ୪ ଗେଟ୍
ବନ୍ଦ ହେଲା ହୀରାକୁଦର ୪ଟି ସ୍ଲୁଇସ୍ ଗେଟ୍ । ୪ଟି ଗେଟ୍ ବନ୍ଦ ହେବା ପରେ ଏବେ ୩୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପାର୍ଶ୍ୱରୁ ୨୪, ଦକ୍ଷିଣପାର୍ଶ୍ୱରୁ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।
ସମ୍ବଲପୁର: ବନ୍ଦ ହେଲା ହୀରାକୁଦର ୪ଟି ସ୍ଲୁଇସ୍ ଗେଟ୍ । ୪ଟି ଗେଟ୍ ବନ୍ଦ ହେବା ପରେ ଏବେ ୩୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପାର୍ଶ୍ୱରୁ ୨୪, ଦକ୍ଷିଣପାର୍ଶ୍ୱରୁ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।

ହୀରାକୁଦ ଉପର ମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ହୀରାକୁଦ ଜଳ ଭଣ୍ଡାରକୁ କମିଛି । ସେପଟେ, ମୁଣ୍ଡୁଳୀରେ ଜଳସ୍ତର କମିଥିଲା । ବର୍ତ୍ତମାନ ୧୦ ଲକ୍ଷ ୨୬ ହଜାର କୁସେକ ଜଳ ଅତିକ୍ରମ କରୁଛି । ଯାହା ଆଶା ଥିଲା ଯେ ୧୦ ଲକ୍ଷ ତଳକୁ ଆସିବ ବୋଲି ତାହା ଆସିନାହିଁ । କେବଳ କଣାସକୁ ଛାଡିଦେଲେ ବାକି ସବୁ ଅଞ୍ଚଳରେ ପାଣି କମିବା ଆରମ୍ଭ କରିଛି । ଗତକାଲିଠୁ କୌଣସି ଆଉ ନୂଆ ଘାଇ ହୋଇନାହିଁ । କେବଳ ମହାନଦୀ ସିଷ୍ଟମରେ ମୋଟ ୭ଟି ଘାଇ ହୋଇଛି ।
ସେପଟେ ମଧ୍ୟାହ୍ନ ୧୨ଟା ସୁଦ୍ଧା ୬୨୪.୩୧ ଫୁଟରେ ରହିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ୪ ଲକ୍ଷ ୬୩ ହଜାର ୭୭୧ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ୬ ଲକ୍ଷ ୭୩ ହଜାର ୬୫୪ ଘନଫୁଟ ବନ୍ୟାଜଳ ନିଷ୍କାସନ କରାଯାଉଛି ।












Click it and Unblock the Notifications