ପାଇଖାନା ଟାଙ୍କିରେ କାମ କରିବା ବେଳେ ଶ୍ୱାସରୁଦ୍ଧ ହୋଇ ୪ ମୃତ୍ୟୁ
ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଏକାଥରେ ୪ ଶ୍ରମିକଙ୍କ ଜୀବନ। ପାଇଖାନା ଟାଙ୍କି କାମ କରିବା ପାଇଁ ଟାଙ୍କି ଭିତରେ ପଶିଥିଲେ ୪ ଶ୍ରମିକ। ହେଲେ ଟାଙ୍କି ଭିତରକୁ ଯିବା ପରେ ଆଉ ନିଶ୍ୱାସ ନେଇ ପାରିନଥିଲେ। ଘଟଣାଟି ହେଉଛି ନବରଙ୍ଗପୁର ଥାନା ନନ୍ଦାହାଣ୍ଡି ବ୍ଲକ ପଡ଼ାଲଗୁଡ଼ା ଗାଁର।

ଟାଙ୍କି ଭିତରକୁ ଯିବା ପରେ ସେମାନଙ୍କର ନିଶ୍ୱାସ ରୁନ୍ଦି ହୋଇଯାଇଥିଲା। ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏପରିକି ସେମାନଙ୍କ ପାଖରେ ଆଉ ସେତିକି ବଳ ନଥିଲା ଯେ, ସେମାନେ ବାହାରକୁ ଆସି ନିଜ ଜୀବନ ବଞ୍ଚାଇପାରିବେ।
ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଇଖାନା ଟାଙ୍କି ଭିତରୁ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ପରେ ସଙ୍ଗେ ସଙ୍ଗେ ସମସ୍ତ ଶ୍ରମିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ସମସ୍ତ ୪ ଜଣ ଯାକ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ।












Click it and Unblock the Notifications