ପର କରିଦେଲା ପୁଅ, ମା’କୁ କାନ୍ଧ ଦେଲେ ଚାରି ଝିଅ
ପର କରିଦେଲା ପୁଅ । ଶେଷରେ ମା’ଙ୍କୁ କାନ୍ଧ ଦେଲେ ବିବାହିତା ଚାରି ଝିଅ । ମାଆକୁ କାନ୍ଧ ଦେଇ ସ୍ୱର୍ଗଦ୍ୱାର ନେଲେ ଚାରି ଝିଅ।
ପୁରୀ: ମା' ବାପାଙ୍କ ଆଶା ଥାଏ, ମଲାପରେ ପୁଅ ମୁଖାଗ୍ନି ଦେବ । ମାଆ ମମତାର ଋଣ ସୁଝିବ ପୁଅ । ହେଲେ ଏମିତି ପୁଅ ବି ଆଜି ଦୁନିଆରେ ଅଛନ୍ତି । ଯିଏ କି ମାଆର ମୃତ୍ୟୁ ଖବର ଶୁଣିଲା ପରେ ପରେ ମୃତଦେହକୁ କାନ୍ଧ ଦେବାକୁ ଆସିଲା ନାହିଁ । ପୁରୀରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।

ପର କରିଦେଲା ପୁଅ । ଶେଷରେ ମା'ଙ୍କୁ କାନ୍ଧ ଦେଲେ ବିବାହିତା ଚାରି ଝିଅ । ମାଆକୁ କାନ୍ଧ ଦେଇ ସ୍ୱର୍ଗଦ୍ୱାର ନେଲେ ଚାରି ଝିଅ। ମାଆ ମୃତଦେହକୁ ଚାରି କିଲୋମିଟର କାନ୍ଧେଇ ଚାଲି ଚାଲି ଯାଇଥିଲେ ସ୍ୱର୍ଗଦ୍ୱାର। ନୂଆବର୍ଷରେ ଏଭଳି ହୃଦୟବିଦାରକ ଦୃଶ୍ୟ ପୁରୀରେ ଦେଖିବାକୁ ମିଳିଛି ।
ତେବେ ଏହି ଝିଅମାନଙ୍କ ବୟସ ମଧ୍ୟ କମ୍ ନୁହେଁ । ପାଖାପାଖି ୩୪ରୁ ୬୦ବୟସ ହେବ ଚାରି ଝିଅଙ୍କ । ତେବେ ମୃତକ ମାଅଆ ହେଉଛନ୍ତି ସମଙ୍ଗଳାଘାଟର ୮୦ ବର୍ଷୀୟା ଜଟି ନାୟକ । ଜଟି ନାୟକଙ୍କ ଦୁଇ ପୁଅ ଅଛନ୍ତି । ଦୁଇ ପୁଅ ଥାଇ ମଧ୍ୟ ମା'ର ମୃତ୍ୟୁ ଖବର ଶୁଣି କେହି ଆସିଲେନି ।
ଦୁଇ ପୁଅ ଥାଇ ମାଆର ମୃତ୍ୟ ଖବର ପାଇ ମଧ୍ୟ ଘରକୁ ଆସିବାକୁ ଉଚିତ ମନେ କଲେନି । ଶେଷରେ ଚାରି ଝିଅ ସୀତାମଣୀ ସାହୁ, ସୁଶୀଳା ସାହୁ, ସୁମିତ୍ରା ସାହୁ ଓ ସରସ୍ୱତୀ ସାହୁ ସାହିବାସିନ୍ଦାଙ୍କ ସହଯୋଗରେ ମାଙ୍କ ଶବକୁ କାନ୍ଧେଇ ଦୀର୍ଘ ୪ କିଲୋମିଟର ଚାଲିଚାଲି ଯାଇ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରିଛନ୍ତି।












Click it and Unblock the Notifications