ନଦୀରେ ବୁଡ଼ି ୪ ଭାଇଙ୍କ ମୃତ୍ୟୁ,ଗୋଧାଇବା ବେଳେ ଚାଲିଗଲା ଜୀବନ
ନଦୀରେ ବୁଡ଼ି ୪ ଭାଇଙ୍କ ମୃତ୍ୟୁ, କୋଏଲ ନଦୀ ଝିରିପାଣି ପମ୍ପ ହାଉସ ଘାଟରେ ଅଘଟଣ
ରାଉରକେଲା:ନଦୀରେ ବୁଡ଼ି ୪ ଭାଇଙ୍କ ମୃତ୍ୟୁ ।କୋଏଲ ନଦୀର ଝିରିପାଣି ପମ୍ପ ହାଉସ ଘାଟରେ ଅଘଟଣ । ଗୋଧାଇବା ବେଳେ ନଦୀରେ ବୁଡ଼ି ୪ ନାବାଳକଙ୍କର ମୃତ୍ୟୁ । ଶୁଦ୍ଧିକାର୍ଯ୍ୟ ସମୟରେ
ଘଟିଥିଲା ଅଘଟଣ ।ଗତକାଲି ୩ଜଣଙ୍କ ମୃତ ଦେବ ଉଦ୍ଧାର ହୋଇଥିବା ବେଳେ ଆଜି ଆଉ ଜଣଙ୍କ ମୃତ ଦେହ ହୋଇଛି ଉଦ୍ଧାର । ଶୁଦ୍ଧିକାର୍ଯ୍ୟରେ ଯୋଗଦେବାକୁ ପରିବାର ସହ ଝାଡ଼ଖଣ୍ଡରୁ ରାଉରକେଲା ଆସିଥିଲେ ।

ପରିବାର ଲୋକଙ୍କ ଅଜଣତାରେ ୪ଜଣ ଗାଧୋଇବାକୁ କୋଏଲ ନଦୀର ଝିରପାଣି ପମ୍ପ ହାଉସ ଘାଟକୁ ଯାଇଥିଲେ ।ବର୍ଷା ଯୋଗୁ ନଦୀର ସ୍ରୋତ ଅଧିକ ଥିବାରୁ ଏପରି ଅଘଟଣ
ଖଟିଛି । ସ୍ଥାନୀୟ ଲୋକେ ଦୁଇ ଭାଇଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଅନ୍ୟ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।












Click it and Unblock the Notifications