କାଲି ୧୯ ହଜାର କୋଟିର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ; ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

କାଲି ୧୯ ହଜାର କୋଟିର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ । ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ । ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ବିମାନ ବନ୍ଦରରୁ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । କଳିଙ୍ଗ ଷ୍ଟାଡିୟମ୍‌ଠାରୁ ବିଶାଳ ରୋଡ୍‌ ସୋ' କରିବେ । ପାଖାପାଖି ୨ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବେ । ବୟୋବନ୍ଦନା କାର୍ଡ ବାଣ୍ଟିବେ । ଅନ୍ତ୍ୟୋଦୟ ଘର ବଣ୍ଟନ କରିବେ। ଲକ୍ଷପତି ଦିଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି।

projects worth Rs 19 000 crore tomorrow

ଭୁବନେଶ୍ୱର-କଟକରେ ସ୍କୁଲ ବନ୍ଦ:

ଆସନ୍ତା ଶୁକ୍ରବାର ଦିନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ଵରରେ ରାଜ୍ୟସ୍ତରୀୟ ସମାବେଶ ଆୟୋଜନ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ପାଇଁ ଆସନ୍ତା 20 ତାରିଖ ଦିନ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଏହାକୁ ନେଇ ଭୁବନେଶ୍ୱର ଓ କଟକରେ ବିପୁଳ ଜନସମାଗମ ହେବାର ସମ୍ଭାବନା ରହିଛି । ଯାହାଫଳରେ 20 ତାରିଖ ଅର୍ଥାତ ଶୁକ୍ରବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଭୁବନେଶ୍ବର ଓ କଟକ ମହାନଗର ନିଗମ ଅଞ୍ଚଳର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ଗୁଡିକୁ ଛୁଟି ଘୋଷଣା କରାଯାଇଛି । ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ରାଜ୍ୟରେ ଗୁରୁବାର ଅର୍ଥାତ 19 ତାରିଖରେ ଖରା ଛୁଟି ଶେଷ ହେଉଥିବା ବେଳେ ଶୁକ୍ରବାର ଠାରୁ ଅର୍ଥାତ 20 ତାରିଖରେ ସାରା ରାଜ୍ୟରେ ଖୋଲିବ ସମସ୍ତ ସ୍କୁଲ । ଏହା ସହିତ ବାଳବାଟିକା ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନର ମଧ୍ୟ ବ୍ୟବସ୍ଥା କରାଯିବା ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ:

ଏୟାରପୋର୍ଟରୁ ଜନତା ମଇଦାନ ମଧ୍ୟରେ ପ୍ରଧାନମନ୍ତ୍ରୀର ରୋଡ଼ ସୋ କାର୍ଯ୍ୟକ୍ରମ ରହିଛି ଏବଂ ତ୍ରିରଙ୍ଗା ଶୋଭାଯାତ୍ରାରେ ମଧ୍ୟ ପ୍ରଧାନମନ୍ତ୍ରୀ ସାମିଲ ହେବେ । ଲୋକଙ୍କ ଅଭିବାଦନ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ଭବ୍ୟ ଭାବେ ପାଳନ ହେବ । 20 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ହାତରେ ଅନ୍ତଦୋୟ ଗୃହ ଯୋଜନାରେ କାର୍ଯ୍ୟଦେଶ ବଣ୍ଟନ ହେବ । ପ୍ରଧାନମନ୍ତ୍ରୀ 50 ହଜାରରୁ ଉର୍ଦ୍ଧ୍ବ ଅନ୍ତଦୋୟ ଗୃହ ଯୋଜନାରେ କାର୍ଯ୍ୟଦେଶ ବଣ୍ଟନ କରିବେ । ଏହା ସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନାର ବାବଦରେ ପ୍ରଧାନମନ୍ତ୍ରୀ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି । ପଞ୍ଚାୟତିରାଜ ବିଭାଗ ନୋଡାଲ ବିଭାଗ ହେବ । ଏହି ଅବସରରେ ଯୋଜନା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+