ଶେଷ ଯାତ୍ରାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ, ପୁରୀ ଅଭିମୁଖେ ନିଆଗଲା ପାର୍ଥିବ ଶରୀର
Odisha News: ଶେଷ ଯାତ୍ରାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ । ଆଜି ପଞ୍ଚଭୂତରେ ବିଲୀନ ହେବେ ଦେବେନ୍ଦ୍ର ପ୍ରଧାନ । ପୁରୀ ସ୍ୱର୍ଗ ଦ୍ୱାରରେ ସମ୍ପନ୍ନ ହେବ ଶେଷକୃତ୍ୟ । ଭୁବନେଶ୍ୱରରୁ ପୁରୀ ଅଭିମୁଖେ ନିଆଗଲା ପାର୍ଥିବ ଶରୀର । ଶେଷ ଯାତ୍ରାରେ ସାମିଲ ହେଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ।

ସୋମବାର ଦିନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର । ଯାହା ପରେ ଗାର୍ଡ ଅଫ ଅନର ଦିଆଯିବା ପରେ ମରଶରୀରକୁ ବିଜେପି କାର୍ଯ୍ୟାଳୟକୁ ନିଆଯାଇଥିଲା । ପରେ ଦେବେନ୍ଦ୍ରଙ୍କ ପାର୍ଥିବ ଶୀରରକୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ରଖାଯାଇଥିଲା ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କରିବା ପାଇଁ ପହଞ୍ଚିଥିଲେ । ସେହିପରି ବହୁ ମାନ୍ୟଗଣ ବ୍ୟକ୍ତି ମଧ୍ୟ ତାଙ୍କ ଶେଷ ଦର୍ଶନ କରିବା ପାଇ ପହଞ୍ଚିଥିଲେ ।
ସୂଚନାଥାଉ ଯେ, ଗତକାଲି ନୂଆଦିଲ୍ଲୀରେ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଅଟଳ ବିହାରୀ ବାଜପୈୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ରହିଥିଲେ ଦେବେନ୍ଦ୍ର ପ୍ରଧାନ।












Click it and Unblock the Notifications