ଆନ୍ଧ୍ରର ପୂର୍ବତନ ସରପଞ୍ଚଙ୍କ ଦାଦାଗିରି : ବାଇକରେ ଶବ ଧରି ସ୍ଥାନୀୟ ପ୍ରଶାସନ ବିରୋଧରେ ଦେଲେ ନାରାବାଜି

ଆନ୍ଧ୍ରର ପୂର୍ବତନ ସରପଞ୍ଚ ଦାଦାଗିରି । ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭିତରୁ ଜୋର ଜବରଦସ୍ତ ପଶି ଉଠାଇ ନେଲେ ମୃତଦେହ । ଶବ ବ୍ୟବଚ୍ଛେଦ ପରେ ନିଜ ବାଇକରେ ଶବ ଧରି ସ୍ଥାନୀୟ ପ୍ରଶାସନ ବିରୋଧରେ ଦେଲେ ନାରାବାଜି ।

ଓଡ଼ିଶା ବିରୋଧୀ ନାରା ଦେବା ସହ ଖୁଲମଖୁଲା ସରକାରଙ୍କ ବ୍ୟବସ୍ଥାକୁ କଲେ ବିରୋଧ । କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତରେ ଏହି ଘଟଣା ଘଟିଛି ।

ସୂଚନା ଅନୁସାରେ, ବୁଧବାର ବାଇକ ଦୁର୍ଘଟଣାରେ କୋଟିଆ ଗ୍ରାମ ପଞ୍ଚାୟତର ଉପର ଗଞ୍ଜେଇପଦର ଗ୍ରାମର ବିଶ୍ୱନାଥ ଗେମେଲଙ୍କ ମୃତ୍ୟୁ ହୋଇଥିଲା । ବିଶ୍ୱନାଥ ଆନ୍ଧ୍ରର ପୂର୍ବତନ ସରପଞ୍ଚ ବିଶୁ ଗେମେଲଙ୍କ ସମ୍ପର୍କୀୟ ।

andhra_sarapancha

ଦୁର୍ଘଟଣା ପରେ ବିଶ୍ୱନାଥଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପୁଲିସ ଉପସ୍ଥିତିରେ ମଧ୍ୟ ଶବ ବ୍ୟବଚ୍ଛେଦ କରାଯାଇଥିଲା ।

ପରେ ସେ ଓଡ଼ିଶା ବିରୋଧୀ ନାରା ଦେଇ ନିଜ ମୋଟର ସାଇକେଲରେ ଜୋର ଜବରଦସ୍ତ ମୃତଦେହ ଡାକ୍ତରଖାନାରୁ ନେଇ ଯାଇଥିଲେ । ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ମୃତଦେହ ନେଇଯିବା ପରେ ପଟାଙ୍ଗି ପୁଲିସ ଓ ସ୍ଥାନୀୟ ବିଡ଼ିଓ ମୃତ ବିଶ୍ୱନାଥଙ୍କ ଘରେ ପହଞ୍ଚିଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ତାଙ୍କୁ ପରିବାରକୁ ୨୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କର କୌଣସି ପତିକ୍ରିୟା ମିଳିନାହିଁ ।

ବିଶ୍ୱନାଥଙ୍କ ମୃତଦେହ ନେବାକୁ ମେଡିକାଲ ପକ୍ଷରୁ ଆମ୍ବୁଲାନ୍ସ ସେବା ଦେବାରେ ଟିକେ ବିଳମ୍ବ ହୋଇଯାଇଥିଲା । ଆନ୍ଧ୍ରର ପୂର୍ବତନ ସରପଞ୍ଚ ଏଥିରେ ଉତ୍ୟକ୍ତ ହୋଇପଡିଥିଲେ । ପରେ ସେ ସ୍ଥାନୀୟ ପ୍ରଶାସନ ଓ ଓଡ଼ିଶା ବିରୋଧୀ ନାରାବାଜି କରିଥିଲେ । ପରେ ମୋଟର ସାଇକେଲରେ ଜୋର ଜବରଦସ୍ତ ମୃତଦେହକୁ ରଖିଥିଲେ । ପରେ ଡାକ୍ତରଖାନାରୁ ନେଇ ଯାଇଥିଲେ । ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଆଗରୁ ଅନେକ ଆନ୍ଧ୍ର ଅଧିକାରୀ କୋଟିଆ ଆସିବା ନଜିର ରହିଛି । ତାହାକୁ ବିରୋଧ ବି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+