ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ଦେହାନ୍ତ, ଦେଖିଥିଲେ ଭିତର ରତ୍ନ ଭଣ୍ଡାର
ପୁରୀ: ଆଖି ବୁଜିଲେ ରବୀନ୍ଦ୍ର ନାରାୟଣ ମିଶ୍ର । ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା ।
ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ନେଇ ପରିବାର ପକ୍ଷରୁ ସୂଚନା ଦେଇଛନ୍ତି ।

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଥିଲେ ରବୀନ୍ଦ୍ର ନାରାୟଣ ମିଶ୍ର । ଶ୍ରୀଜଗନ୍ନାଥ ସଂସ୍କୃତି, ଚେତନା ଉପରେ ସେ ୭ଟି ପୁସ୍ତକ ଲେଖିଛନ୍ତି ।
ଆକାଶ ଦୀପ ପୁସ୍ତକ ରଚନା କରିଥିଲେ ରବୀନ୍ଦ୍ର ନାରାୟଣ । ତାଙ୍କର ପୁସ୍ତକଗୁଡିକ ହେଉଛି-କଥାନୁଭୂତିରେ ଶ୍ରୀଜଗନ୍ନାଥ, କଥା ଅମୃତରେ ଶ୍ରୀଜଗନ୍ନାଥ, କଥା କୈବଲ୍ୟରେ ଶ୍ରୀଜଗନ୍ନାଥ, ବେଦର ମହିମା ଓ ଜଗନ୍ନାଥ' ଇତ୍ୟାଦି ।
'କଥାଟିଏ କହୁ'ର ସ୍ତମ୍ଭକାର ଥିଲେ ରବୀନ୍ଦ୍ର ନାରାୟଣ । ସେହିପରି 'ଆକାଶଦୀପ' ପରି କାଳଜୟୀ ଗଳ୍ପ ଓ 'କଥାନୁଭୂତିରେ ଶ୍ରୀଜଗନ୍ନାଥ', 'କଥାରେ କଥାରେ ଶ୍ରୀଜଗନ୍ନାଥ' ଇତ୍ୟାଦି ସତ୍ୟ ଅନୁଭୂତି ସମ୍ୱନ୍ଧିୟ ଲେଖା ସ୍ୱଗତ ମିଶ୍ର ଜୀବନ କାଳ ଭିତରେ ଲେଖିଛନ୍ତି। ଏହାଛଡ଼ା ତାଙ୍କର ଅନେକ ପୁସ୍ତକ ବିଭିନ୍ନ ଭାଷାରେ ମଧ୍ୟ ଅନୁବାତିତ ହୋଇଛି ।
ସେ ରାଜ୍ୟର ଜଣେ ଶ୍ରେଷ୍ଠ ପ୍ରାବନ୍ଧିକ ଥିବା ସହ ରାଜ୍ୟ ଓ ରାଜ୍ୟ ବାହାରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ବିୟୋଗ ରାଜ୍ୟର ପ୍ରତ୍ୟେକ ଜଗନ୍ନାଥ ଭକ୍ତଙ୍କ ଲାଗି ଅପୂରଣୀୟ କ୍ଷତି ହୋଇଛି । ରବୀନ୍ଦ୍ର ନାରାୟଣଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications