ମହାନଦୀରେ ପ୍ରଫେସରଙ୍କ ମୃତଦେହ
Odisha News: ମହାନଦୀରେ ପ୍ରଫେସରଙ୍କ ମୃତ ଦେହ । ମୃତକ ବ୍ୟକ୍ତି ଜଣକ ହେଲେ ରେଭେନ୍ସାର ଅବସରପ୍ରାପ୍ତ ପ୍ରଫେସର ବୈଷ୍ଣବ ଚରଣ । ସୂଚନା ଅନୁସାରେ, ସେ ଗତ ଦୁଇ ଦିନ ହେବ ନିଖୋଜ ଥିଲେ,ଏନେଇ ପରିବାର ପକ୍ଷରୁ ଥାନାରେ ଏକ ଏତଲା ମଧ୍ୟ ଦିଆଯାଇଥିଲା । ମଙ୍ଗଳବାର ଦିନ ଜୋବ୍ରା ଆନିକଟ ନିକଟ ମହାନଦୀରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି ।

ମାଲଗୋଦାମ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ବୈଷ୍ଣବ ଚରଣ ଆତ୍ମହତ୍ୟା କରିଛନ୍ତି ନା ତାଙ୍କର ହତ୍ୟା କରାଯାଇଛି ସେନେଇ ବର୍ତ୍ତମାନ କୌଣସି ଖବର ପ୍ରକାଶ ପାଇ ନାହିଁ । ପରିବାର ପକ୍ଷରୁ ମଧ୍ୟ କୌଣସି ସୂଚନା ମିଳି ନାହିଁ ।












Click it and Unblock the Notifications