ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ତଥା ବିଶିଷ୍ଟ ନାଟ୍ୟକାର, କବି ଓ ଶିକ୍ଷାବିତ ହରିହର ମିଶ୍ରଙ୍କ ପରଲୋକ

ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ତଥା ବିଶିଷ୍ଟ ନାଟ୍ୟକାର, କବି ଓ ଶିକ୍ଷାବିତ ହରିହର ମିଶ୍ରଙ୍କ ପରଲୋକ ଘଟିଛି। ଆଜି ସକାଳ ୯ଟା ସମୟରେ ପୁରୀ ସ୍ଥିତ ତାଙ୍କ ବାସଭବନରେ ବିୟୋଗ ହୋଇଛି। କିଛି ଦିନ ଧରି ସେ ଅସୁସ୍ଥ ଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୪ବର୍ଷ ବୟସ ହୋଇଥିଲା। ଶେଷନିଶ୍ୱାସ ତ୍ୟାଗ ବେଳେ ତାଙ୍କର ପତ୍ନୀ, ତିନି କନ୍ୟା ଏବଂ ପୁଅ ରହିଥିଲେ। ପୁରୀ ମାର୍କଣ୍ଡେଶ୍ୱର ସାହିରେ ତାଙ୍କର ଘର। ସେଠାରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Harihar Mishra

ସୂଚନା ଅନୁଯାୟୀ, ହରିହର ମିଶ୍ର ୧୯୪୦ ମସିହା ନଭେମ୍ବର ୧୯ ତାରିଖରେ ପୁରୀର ମାର୍କଣ୍ଡେଶ୍ୱର ସାହିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ମଣିରାମ ମିଶ୍ର (ଓରଫ ଚିନ୍ତାମଣି ମିଶ୍ର) ଓ ମାତାଙ୍କ ନାମ ସେବତୀ ଦେବୀ ଥିଲା । ସେ ଓଡ଼ିଆ ଭାଷାସାହିତ୍ୟରେ ସ୍ନାତକୋତ୍ତର ହାସଲ କରିଛନ୍ତି। ସେ ପୁରୀ କଲେଜରେ ଅଧ୍ୟାପନା ବୃତ୍ତିରେ ଥିଲେ । ଏକାଧାରରେ ଜଣେ କବି, ଗାଳ୍ପିକ, ଅନୁବାଦକ ଓ ନାଟ୍ୟକାର ଭାବରେ ଖ୍ୟାତି ଅର୍ଜନ କରିଥିଲେ ହରିହର ମିଶ୍ର । ଅଧ୍ୟାପନା ବୃତ୍ତିରେ ଥାଇ ସେ ସାହିତ୍ୟ ସର୍ଜନା ସହିତ ରେଡ଼ିଓ ନାଟକରେ ମଧ୍ୟ ଅଭିନୟ କରିଛନ୍ତି । ୨୦୧୬ମସିହାରେ, ସେ ଓଡ଼ିଶା ସାହିତ୍ୟ ଏକାଡେମିର ୩୧ତମ ସଭାପତି ଭାବରେ ନିଯୁକ୍ତ ହୋଇଥିଲେ । ୧୯୭୦/୮୦ ଦଶକରେ ଓଡ଼ିଆ ସାହିତ୍ୟରେ ପ୍ରଭାବ ବିସ୍ଥାର କରିଥିବା ଅନାମ କବିତା ଆନ୍ଦୋଳନରେ ସେ ସଂଶ୍ଳିଷ୍ଠ ଥିଲେ । ସେ କବିତା, ଏକାଙ୍କିକା, ନାଟକ, ଉପନ୍ୟାସ, ଗଳ୍ପ ଓ ସମାଲୋଚନା ଆଦି ବିଭାଗରେ ନିଜ ଲେଖନୀ ଚାଳନା କରିଛନ୍ତି। ସମାବେଶ ପତ୍ରିକା ସେ ସମ୍ପାଦନା କରିଥିଲେ ହରିହର ମିଶ୍ର । ଶ୍ରୀ ଶ୍ରୀ ପତିତପାବନ (୧୯୬୨) କଥାଚିତ୍ରର ଗୀତ ଓ ସଂଳାପ ରଚୟିତା ଓ ସହ ନିର୍ଦ୍ଦେଶକ ଥିଲେ । ପରେ ଚିଲିକା ତୀରେ (୧୯୭୮) କଥାଚିତ୍ରର ସଂଳାପକାର ଓ ସହ ନିର୍ଦ୍ଦେଶକ ଥିଲେ ଓ ତପସ୍ୟା (୧୯୮୦) କଥାଚିତ୍ରର ଗୀତ ଲେଖିଥିଲେ ।

ରାତ୍ରିର ଦୁଇଟି ଡେଣା ସଙ୍କଳନ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ । ୧୯୭୭ରେ ଶାରଳା ପୁରସ୍କାର (ଦିବ୍ୟ ଅସନ୍ତୋଷ ପାଇଁ), ୨୦୧୧ ଭାନୁଜୀରାଓ ସ୍ମାରକୀ ପୁରସ୍କାର, ୨୦୦୭ ଜୀବନ ରଙ୍ଗ ପୁରସ୍କାର, ୧୯୮୩ ଝଙ୍କାର ବିଷୁବ ଗଳ୍ପ ପୁରସ୍କାର, ୧୯୬୦ ଝଙ୍କାର ବିଷୁବ କବିତା ପୁରସ୍କାର, ୧୯୬୯ ବିଷୁବ ପୁରସ୍କାର (ସାମଗ୍ରିକ କୃତି ପାଇଁ), ୧୯୭୪ ଧରିତ୍ରୀ ସମ୍ମାନ, ୧୯୭୭ରେ ପାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+