ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ
ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା।
ଶ୍ରୀ ଭଣ୍ଡାରେ ୨୦୦୭ରୁ ୨୦୧୩ ଯାଏ ଓଡ଼ିଶାର ରାଜ୍ୟପାଳ ଥିଲେ। ମହାରାଷ୍ଟ୍ର କଂଗ୍ରେସର ଏହି ବରିଷ୍ଠ ରାଜନେତା ୩ଥର ସାଂସଦ ହୋଇଥିଲେ। ସେ ସୁପ୍ରିମ୍ କୋର୍ଟର ଆଇନ୍ଜୀବୀ ମଧ୍ୟ ରହିଥିଲେ। ଶ୍ରୀ ଭଣ୍ଡାରେଙ୍କ ବିୟୋଗରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି।
ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ(Muralidhar Bhandare Dies) ଓଡ଼ିଶାର ୪୩ତମ ରାଜ୍ୟପାଳ ରୂପେ କାର୍ୟ୍ୟନିର୍ବାହ କରିଥିଲେ। ସେ ୨୧ ଅଗଷ୍ଟ ୨୦୦୭ରୁ ୦୯ ମାର୍ଚ ୨୦୧୩ ପର୍ୟ୍ୟନ୍ତ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ସୁପ୍ରିମକୋର୍ଟରେ ଜଣେ ବରିଷ୍ଠ ଆଇନଜୀବୀ ଓ ଦୁଇଥର ସୁପ୍ରିମ କୋର୍ଟ ବାର୍ ଆଶୋସିଏସନର ଅଧ୍ୟକ୍ଷ ରୂପେ କାମ କରିଥିବା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ତିନି ଥର (୧୯୮୦-୮୨, ୧୯୮୨-୮୮,୧୯୮୮-୯୪) ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ।

ସେପଟେ ପୂର୍ବତନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ(Odisha Chief Minister Mohan Charan Majhi) ଶୋକବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ସେ କହିଛନ୍ତି ଯେ ସ୍ବର୍ଗତଃ ଭଣ୍ଡାରେ ଓଡ଼ିଶାର ରାଜ୍ୟପାଳ ଭାବରେ ରାଜ୍ୟର ବିକାଶରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିଥିଲେ। ତାଙ୍କ ଜ୍ଞାନ ଓ ଅମାୟିକ ସ୍ଵଭାବ ଯୋଗୁ ସେ ସାରା ରାଜ୍ୟ ବାସୀଙ୍କ ପ୍ରିୟ ହୋଇ ପାରିଥିଲେ। ତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି।












Click it and Unblock the Notifications