ଜେଲ୍ ଗଲେ ନବରଙ୍ଗପୁର ପୂର୍ବତନ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ
ସୁନ୍ଦରଗଡ଼: ଜେଲ୍ ଗଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ସୁନ୍ଦରଗଡ ଭିଜିଲାନ୍ସ କୋର୍ଟରେ ହାଜର ପରେ ଗଲେ ଜେଲ୍ । ୫ ଦିନିଆ ରିମାଣ୍ଡ ଅବଧି ଶେଷ ପରେ କୋର୍ଟରେ ହାଜର ହୋଇଥିଲେ । ଆସନ୍ତା ୭ ତାରିଖରେ ପୁଣି କୋର୍ଟରେ ହାଜର ହେବେ ।
ପ୍ରଶାନ୍ତ ଏତେ ସମ୍ପତ୍ତି କେଉଁଠୁ ଆଣିଲେ ସେନେଇ ତଥ୍ୟ ଆଦାୟ କରିଛି ଭିଜିଲାନ୍ସ । ଏନେଇ ପ୍ରଶାନ୍ତଙ୍କଠାରୁ ବହୁ ସୁରାକ୍ ମିଳିଥିବା କୁହାଯାଉଛି । ସେପଟେ ଆଉ ୩ଟି ପ୍ଲଟ ସହ ୬ଟି ବେନାମୀ ଆକାଉଣ୍ଟ ଠାବ ହୋଇଛି । ପ୍ରଶାନ୍ତ ରାଉତଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଥିଲେ ମୁଖ୍ୟମନ୍ତ୍ରୀ । କୋଟି କୋଟି ଟଙ୍କା ବେଆଇନ ସମ୍ପତ୍ତି ଠୁଳ କରିଥିଲେ ପ୍ରଶାନ୍ତ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଶାନ୍ତ ରାଉତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ବିଭାଗ । ଆୟଠାରୁ ୫୦୬% ଅଧିକ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ।

ତାଙ୍କ ଘର, ଅଫିସ୍, ପୈତୃକ ଘର ସହ ମୋଟ୍ ୯ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରି ୭ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଥିଲା । ଆୟଠାରୁ ୫୦୦%ରୁ ଅଧିକ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର କାନନ ବିହାର ଓ ନବରଙ୍ଗପୁର ଘରୁ ନଗଦ ୩ କୋଟି ୨ ଲକ୍ଷ ଟଙ୍କା ମିଳିଛି । ସେ ସବୁ ଟଙ୍କାକୁ ପ୍ରଶାନ୍ତ ପେଟି ଓ ବହି ଥାକରେ ଲୁଚାଇ ରଖିଥିଲେ । ଏମିତିକି ଭିଜିଲାନ୍ସ ଟିମ୍କୁ ଦେଖି ପଡ଼ୋଶୀଙ୍କ ଛାତକୁ ଫିଙ୍ଗି ଦେଇଥିଲେ ବିଡା ବିଡା ଟଙ୍କା । ନବରଙ୍ଗପୁର ସରକାରୀ ବାସଭବନର ତାଜା ଉପରେ ପେଟିରୁ ଜବତ ହୋଇଛି ୭୬ ଲକ୍ଷ ୪୪ ହଜାର ୫୦୦ ଟଙ୍କା । ଏଥସହ ସରକାରୀ ବାସଭବନ ଆଲମିରାରୁ ମିଳିଛି ନଗଦ ୧୨ଲକ୍ଷ ୪୮ ହଜାର ୮୦୦ ଟଙ୍କା ଜବତ କରାଯାଇଥିଲା ।
ତେବେ ମୋଟ୍ ୩ କୋଟିରୁ ଅଧିକ ନଗଦ ଟଙ୍କା ସହ ମୋଟ ୫ କୋଟିରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି । ୯୨.୩୪ ଲକ୍ଷର ବ୍ୟାଙ୍କ ଜମା ଓ ବୀମା, ୧ କୋଟି ୨୦ ଲକ୍ଷ ଟଙ୍କାର ନଗଦ ଟଙ୍କା, ପ୍ରାୟ ୩୭ ଲକ୍ଷର ୨ଟି ୪ଚକିଆ, ଗୋଟିଏ ୨ ଚକିଆ ଠାବ ହୋଇଛି । ୨୭.୨୭ଲକ୍ଷର ସୁନା ରୁପରା ଅଳଙ୍କାର ଠାବ ହୋଇଛି । ଝିଅର ପାଠପଢ଼ା ପାଇଁ ୮୭ଲକ୍ଷ ଖର୍ଚ୍ଚ କରିଥିଲେ ପ୍ରଶାନ୍ତ ।
ପ୍ରଶାନ୍ତ ରାଉତ ୧୯୯୬ ମସିହା ଜୁଲାଇ ମାସରେ ଓଏଏସ୍ ଅଫିସ୍ର ଭାବେ ଆରମ୍ଭ କରିଥିଲେ ଚାକିରି । କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ସୁନ୍ଦରଗଡ଼, ବରଗଡ଼, ଯାଜପୁର ଓ କଟକ ଜିଲ୍ଲାରେ ତହସିଲଦାର ଓ ବିଡିଓ ଭାବେ କାର୍ଯ୍ୟ କରିଥିଲେ । ୨୦୧୨ ମସିହାରେ ଦାନଗଦିରେ ବିଡିଓ ଥିବା ବେଳେ ୫୮୪ ବସ୍ତା ପିଡିଏସ୍ ଚାଉଳ ହଡ଼ପ କରିଥିଲେ । ଏନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ତଦନ୍ତ ସମୟରେ ଜଣାପଡ଼ିଥିଲା ପ୍ରଶାନ୍ତ ଅଭିଯୁକ୍ତ । ତାଙ୍କ ବିରୋଧରେ ଚାର୍ଜସିଟ୍ ହୋଇଥିଲା ।
ସେହିପରି ସୁନ୍ଦରଗଡ଼ ବିର୍ସା ବ୍ଲକ୍ରେ ବିଡିଓ ଥିବା ସମୟରେ ୨୦୧୮ ନଭେମ୍ବରରେ ଝରିପାଣି ପ୍ରୋଜେକ୍ଟ ଅଫିସରଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । କିଛି ଦିନ ଜେଲରେ ରହିବା ପରେ ଜାମିନରେ ଆସିଥିଲେ । ୨୦୨୦ ମସିହାରେ ତାଙ୍କ ପଦନ୍ନୋତି ହୋଇଥିଲା । ସେ ଅତିରିକ୍ତ ଉପ-ଜିଲ୍ଳାପାଳ ହୋଇଥିଲେ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications