ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ
ଜଗତସିଂହପୁର:ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିବା ନେଇ ସୂଚନା ରହିଛି ।
ପୂର୍ବତନ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ୍ ଏବଂ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋ ମାର୍ଚ୍ଚ ୩୦ ତାରିଖରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ଆଜି ପ୍ରାୟ ସକାଳ ୭ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଜଗତସିଂହପୁର ଲୋକସଭା ଆସନରୁ ତ୍ରିଲୋଚନ କାନୁନଗୋ ୧୯୯୯ ମସିହାରେ ବିଜୁ ଜନତା ଦଳ ତରଫରୁ ଟିକେଟ୍ ଜିତି ନିର୍ବାଚିତ ହୋଇଥିଲେ । ସେ ୩ ଥର ବିଧାୟକ ଏବଂ ଥରେ ସାଂସଦ ନିର୍ବାଚିତ ହୋଇଥିଲେ । ସେ କଟକ ପୌରପାଳିକାର ପ୍ରାକ୍ତନ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ ।
୧୯୪୦ ମସିହା ନଭେମ୍ବର ୨୪ ତାରିଖ କଟକର ବଡ଼ମୂଳେଇ ଗାଁରେ ତ୍ରିଲୋଚନ କାନୁନଗୋଙ୍କ ଜନ୍ମ ହୋଇଥିଲା । ସେ କଟକ ଶେଖ୍ ବଜାରରେ ଗତି କିଛି ଦିନ ହେବ ରହିଆସୁଥିଲେ ।












Click it and Unblock the Notifications