ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ପରଲୋକ
ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ପରଲୋକ। ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି।
ଭୁବନେଶ୍ୱର: ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ପରଲୋକ। ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା।

ଶିବାଜୀ ପଟ୍ଟନାୟକ ତିନିଥର ଭୁବନେଶ୍ୱର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କମ୍ୟୁନିଷ୍ଟ ପାର୍ଟି ଟିକେଟରୁ ଲଢିଥିଲେ ସମସ୍ତ ନିର୍ବାଚନ। ସ୍ୱର୍ଗତ ଶିବାଜୀ ପଟ୍ଟନାୟକ ୧୯୭୭, ୧୯୮୯ ଓ ୧୯୯୧ ମସିହାରେ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। ଜଣେ ସାମ୍ୟବାଦୀ ନେତା ଏବଂ ସିପିଆଇର ବରିଷ୍ଠ ନେତା ହେଉଛନ୍ତି ଶିବାଜୀ ପଟ୍ଟନାୟକ।
ଗତକାଲି ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ସୂଚନା ଦେଇଛନ୍ତି।












Click it and Unblock the Notifications