ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ

ଚର୍ଚ୍ଚାରେ ରାଜନେତାଙ୍କ ପ୍ରେମ ବିବାହ । କିଛି ଦିନ ତଳେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ହାତକୁ ଦି' ହାତ ହୋଇଥିଲେ । ସେହିପରି ବିଜେଡି ନେତା ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଦ୍ଵିତୀୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଗତକାଲି ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ତାଙ୍କର ଦ୍ବିତୀୟ ଇନିଂସ ଆରମ୍ଭ କରିଛନ୍ତି । ସେହିପରି ଆଜି ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀଙ୍କର ଗୋଆରେ ପଡିବ ହାତଗଣ୍ଠି । ସବୁଠୁ ବଡ଼ କଥା ହେଲା, ଉଭୟ ଅନୁଭବ ଓ ପ୍ରଦୀପ ମାଝୀଙ୍କର ଜୀବନସାଥୀ ହେଉଛନ୍ତି ସାମ୍ବାଦିକା ।

pradip majhi

ସୂଚନା ଅନୁସାରେ ଗୋଆର ଏକ ରିସର୍ଟରେ ପ୍ରଦୀପଙ୍କ ପଡିବ ହାତ ଗଣ୍ଠି । ବାହାଘର ପୂର୍ବରୁ ସରିଛି ସଂଗୀତ । ଆଜି ହଳଦୀ ପରେ ନିଜ ପରିବାର ଓ ସମ୍ପର୍କୀୟଙ୍କ ଗହଣରେ ହିନ୍ଦୁ ଧର୍ମର ରୀତିନୀତି ଅନୁଯାୟୀ ବିବାହ କରିବେ। ଭୁବନେଶ୍ୱର ପଳାଶୁଣି ଅଞ୍ଚଳର ସୁଶ୍ରୀ ସଂଗୀତା ସାହୁଙ୍କ ହାତ ଧରିବେ ପ୍ରଦୀପ । ସେ ରାଜଧାନୀର ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗରେ ପାଠପଢିଛନ୍ତି । ଏହାପରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାମ କରିସାରିଛନ୍ତି ।

ଅନ୍ୟପଟେ ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ ପ୍ରଦୀପ । ନବରଙ୍ଗପୁରରୁ ବିଜେଡି ସାଂସଦ ପ୍ରାର୍ଥୀ ହୋଇ ସେ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝିଙ୍କଠାରୁ ହାରିଯାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+