ବିବାହ ବନ୍ଧନରେ ବାନ୍ଧି ହେବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ
ରାଜନୀତି କ୍ଷେତ୍ରରେ ଜଣେ ଭଲ ସଗଂଠକ, ବହୁଚର୍ଚ୍ଚିତ ଯୁବ ଚେହେରା ସେ। ହେଲେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଗଣମାଧ୍ୟମ ମାନଙ୍କର ସର୍ବଦା ଗୋଟିଏ ପ୍ରଶ୍ନ "ବିବାହ କେବେ?" ଏହି ପ୍ରଶ୍ନକୁ ନେଇ ସର୍ବଦା ମୁରୁକି ହସି ଚୁପ ହୋଇ ରହିଯାଉଥିବା ଯୁବନେତା ତଥା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଶେଷରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି l ସବୁପ୍ରଶ୍ନର ଅନ୍ତ ଘଟାଇ ୧୨ ତାରିଖ ଦିନ ମେରେଜ ଡେଷ୍ଟିନେଶନ କୁହାଯାଉଥିବା ଗୋଆରେ ବିବାହ କରିବେ ପ୍ରଦୀପ ମାଝୀ l

ସେ କାହାକୁ ବାହା ହେବାକୁ ଯାଉଛନ୍ତି ତାର ଖୁଲାସା କରାଯାଇନି l କିନ୍ତୁ ପ୍ରଦୀପ ମାଝୀ ତାଙ୍କ ଅତି ଘନିଷ୍ଠ ୩୦ ରୁ ୩୫ ଲୋକହିଁ ବିବାହ ଉତ୍ସବରେ ଯୋଗଦେବାର ନେଇ ଖବର ରହିଛି l ପ୍ରଦୀପ ମାଝୀଙ୍କ ଘନିଷ୍ଠ ମାନେ ଆସନ୍ତାକାଲି ଗୋଆ ଅଭିମୁଖେ ବାହାରିବେ l ଏହି ବିବାହକୁ ପ୍ରଦୀପ ମାଝୀ ଅତି ଗୋପନୀୟ ରଖିବାପାଇଁ ଚାହିଁଛନ୍ତି l ଅବଶ୍ୟ ବିବାହ ସମ୍ପନ୍ନ ହେବାପରେ ନବରଙ୍ଗପୁର ଫେରିଲେ ବିବାହ ରିସେପସନ ପାର୍ଟି କରିବେ ବୋଲି ଶୁଣାଯାଉଛି l ଆଉ ଶେଷରେ ପ୍ରଦୀପ ମାଝୀ ଲଙ୍ଗ ଟାଇମ ବେଚଲରରୁ ମୁକ୍ତି ପାଇବାକୁ ଯାଉଛନ୍ତି l
ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଓଡ଼ିଶାରେ ନେତାଙ୍କ ବିବାହ ଖବର ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଦିନ ତଳେ ବିଜେଡି ନେତା ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଦ୍ଵିତୀୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ମାର୍ଚ୍ଚ ୪ ତାରିଖ ରାଜଧାନୀ ଉପକଣ୍ଠ ଡେରାସ ନିକଟ ଚନ୍ଦକା ନେଚର ରିସର୍ଟରେ ବେଶ୍ ଆଡମ୍ବରପୂର୍ଣ୍ଣ ଭାବେ ବିବାହ ଉତ୍ସବ ସମ୍ପନ୍ନ ହୋଇଛି ।












Click it and Unblock the Notifications