ବିଜେପିରେ ଯୋଗଦେଲେ ପୂର୍ବତନ ସାଂସଦ ପ୍ରଭାସ ସିଂହ

ପଦ୍ମ ଧରିଲେ ପ୍ରଭାତ ସିଂହ । କିଛି ଦିନ ତଳେ ତଳେ ବିଜେଡିରୁ ଇସ୍ତଫା ଦେଇଥିବା ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ କୁମାର ସିଂହ ଆଜି ବିଦ୍ଧିବଧ ଭାବରେ ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ସେ ଦଳରେ ସାମିଲ ହୋଇଥିଲେ।

prabhat singh

ବିଜେପିରେ ଯୋଗ ଦେବା ପରେ ପ୍ରଭାସ ସିଂହ କହିଥିଲେ, ‍ବିଜେଡିରେ ଆଉ ଆତ୍ମସମ୍ମାନ ନାହିଁ। ତେଣୁ ବିଜେଡି ଛାଡ଼ିଲି। ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବାକୁ ଡବଲ ଇଞ୍ଜିନ ସରକାର ଆବଶ୍ୟକ। ସେଠାରେ ବିଜେପି ଶାସନ ଗାଦିକୁ ଆସିବା ଦରକାର। ଓଡ଼ିଶାରେ ପରିବର୍ତ୍ତନ ପବନ ବହିଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେ ସବୁ ଯୋଜନା କରିଛନ୍ତି, ସେଥିରୁ କିଛି ଏବେବି ସେଠାରେ ଲାଗୁ ହେବାକୁ ବାକି ଅଛି।

୨୦୧୪ରେ ବିଜେଡି ଟିକେଟରେ ବରଗଡ଼ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ପ୍ରଭାସ ସିଂହ। ୨୦୧୯ରେ ମଧ୍ୟ ସେ ଟିକେଟ ଆଶାୟୀ ଥିଲେ। କିନ୍ତୁ ଦଳ ତାଙ୍କ ବଦଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପରେ ଭରସା କରିଥିଲା। ତେବେ ପ୍ରସନ୍ନ ପରାସ୍ତ ହୋଇଥିଲେ। ଏଥର ଟିକେଟ ମିଳିବ ବୋଲି ଆଶା ରଖିଥିଲେ ପ୍ରଭାସ ସିଂହ। ହେଲେ ଦଳ ପରିଣୀତା ମିଶ୍ରଙ୍କୁ ଟିକେଟ ଦେଲା। ଏହା ପରେ ବିଜେଡିରୁ ଇସ୍ତଫା ଦେଇଥିଲେ ପ୍ରଭାସ ସିଂହ। ବିଜେଡିରେ ଆଉ ପୂର୍ବଭଳି ନୀତି, ଆଦର୍ଶ ନାହିଁ ବୋଲି ସେ କହିଥିଲେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+