ବିଜେଡି ଛାଡ଼ିଲେ ପୂର୍ବତନ ସାଂସଦ ଭାସ୍କର ରାଓ, ଜିଲ୍ଲା ସଭାପତି ଚୟନକୁ ନେଇ ଅସନ୍ତୁଷ୍ଟ ଥିଲେ

ବିଜେଡି‌ରେ ପୁଣି ହଟଚମଟ। ବିଜେଡିରୁ ଇସ୍ତଫା ଦେଲେ ରାୟଗଡ଼ାର ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା। ଉଭୟଙ୍କ ସହ ଦଳର ବହୁ ନେତା ଓ କର୍ମୀ ମଧ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଗଠନ ହେଲା ବିଜୁ ସ୍ୱାଭିମାନ ମଞ୍ଚ। ନୂତନ ସଭାପତିଙ୍କ ନାମ ଘୋଷଣା ପରେ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି,କାଉନସିଲର ଓ ବରିଷ୍ଠ ନେତାମାନ‌େ ଭାସ୍କର ରାଓଙ୍କ ବାସଗୃହରେ ଆଲୋଚନା କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।

MP Bhaskar Rao

କିଛି ଦିନ ମଧ୍ୟରେ ଭାସ୍କର ରାଓଙ୍କ ଗୋଷ୍ଠୀ ଏକ ବଡ଼ ନିଷ୍ପତ୍ତି ନେବେ ବୋଲି ଆଲୋଚନା ହେଉଥିଲା। ଏହି ଆଲୋଚନାକୁ ‌ଖୋରାକ ଯୋଗାଇଛି ବିଜେଡି କାର୍ଯ୍ୟାଳୟ ବୋଲି ଲେଖାଯାଇଥିବା ସ୍ଥାନରେ ଗତକାଲି ଏଥିରେ ଧଳା ରଙ୍ଗ ବୋଳି ଦିଆଯାଇଥିଲା। ୨୦୨୪ ନିର୍ବାଚନ ସମୟରେ ଭାସ୍କର ରାଓଙ୍କୁ ଜିଲ୍ଲା ସଭାପତି ରୂପେ ଘୋଷଣା ପରେ ଏହି ଜିଲ୍ଲା କାର୍ଯ୍ୟାଳୟ ଉଦଘାଟନ ହୋଇଥିଲା। ପ୍ରାୟ ଏକ ଦଶନ୍ଧି ଧରି ଭାସ୍କର ରାଓ ଏବଂ ସୁଧୀର ଦାଶଙ୍କ ଗୋଷ୍ଠୀ ଭିତରେ ବିବାଦ ଲାଗିରହିଛି । ଭାସ୍କର ରାଓଙ୍କ ଗୋଷ୍ଠୀକୁ ରାଜ୍ୟ ସଂଗଠନ ବାରମ୍ବାର ଅଣଦେଖା କରି ସେମାନଙ୍କ ବିରୋଧରେ ନିଷ୍ପତ୍ତି ଗ୍ରହଣ କରୁଥିବାରୁ ଜିଲ୍ଲା ବିଜେଡିରେ ବିବାଦ ତୀବ୍ରତର ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+