୧୦ମାସ ପରେ ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି

ଭୁବନେଶ୍ୱର: ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଜାମିନ ମିଳିବା ପରେ ଜେଲରୁ ବାହାରିଛନ୍ତି । ଗଂଜାମ ଜିଲ୍ଲା ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ ଦୀର୍ଘ ୧୦ମାସ ପରେ ଜେଲରୁ ବାହାରିଛନ୍ତି । ୨୦୨୩ ଜୁଲାଇ ୩୧ତାରିଖରେ ନାରାୟଣ ରେଡିଙ୍କ ସମେତ ୧୩ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତୃତୀୟ ।

ଏହାକୁ ନେଇ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ ନାରାୟଣ । ଗତକାଲି ହାଇକୋର୍ଟରୁ ଅନ୍ତରୀଣ ଜାମିନ ପାଇ ନାରାୟଣ ରେଡି ଓ ତାଙ୍କ ପୁତୁରା ଦିଲ୍ଲୀପ ରେଡି ଓ କାଳିପଲ୍ଲୀ ପଂଚାୟତର ପୁର୍ବତନ ସମିତି ସଭ୍ୟ କାମରାଜୁ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ବାହାରିଛନ୍ତି । ଜେଲରୁ ବାହାରିବା ପରେ ସମର୍ଥକ ଓ ସିପିଆଇ କର୍ମୀମାନେ ପୂର୍ବତନ ବିଧାୟକଙ୍କୁ ସମ୍ବର୍ôଧତ କରିଛନ୍ତି । ହାଇକୋର୍ଟରୁ ମିଳିଥିବା ଆନ୍ତରିଣ ଜାମିନ ନିୟମିତ ହେବା ନେଇ ଆଶା ରଖିଛନ୍ତି ନାରାୟଣ ରେଡି ।

Narayan Reddy

ତେବେ ୧୯୯୮ ମସିହାରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅଞ୍ଚଳରେ ଟାଟାର ମେଗା ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଚାଲିଥିବା ବେଳେ ହୋଇଥିଲା ବୋମାମାଡ । ଏଥିରେ ତତ୍କାଳୀନ ପୋଲିସ ରିଜର୍ଭ ଇନ୍ସପେକ୍ଟର ବିନୟ ମେହେରଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ଗତ ବର୍ଷ (୨୦୨୩) ଜୁଲାଇ ୩୧ ତାରିଖରେ ବ୍ରହ୍ମପୁରର ତୃତୀୟ ଅତିରିକ୍ତ ଜିଲ୍ଲା ଜର୍ଜ କୋର୍ଟ ସିପିଆଇ ନେତା ନେତା ତଥା ଛତ୍ରପୁରର ପୂର୍ବତନ ବିଧାୟକ ଏନ୍‌. ନାରାୟଣ ରେଡ୍ଡୀ (୬୮) ସହିତ ଉକ୍ତ ମାମଲାରେ ସଂପୃକ୍ତ ରହିଥିବା ୧୩ ଜଣଙ୍କୁ ଆଜୀବନ କାରାଦଣ୍ଡ ସହିତ ୨୦ ବର୍ଷୀୟ କାରାଦଣ୍ଡ ଶୁଣାଇଥିଲେ ।

ଏହି ମାମଲାରେ ଦୀର୍ଘ ୧୦ ମାସ ଜେଲରେ ରହିବା ପରେ ଓଡିଶା ହାଇକୋର୍ଟ ପକ୍ଷରୁ ତାଙ୍କୁ ୮ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି । ଏନ. ନାରାୟଣ ସମେତ ଏନ୍‌. ଦିଲ୍ଲୀପ କୁମାର ରେଡ୍ଡୀ (୫୦) ଏବଂ ଡି. କାମରାଜୁ ବର୍ମା (୬୯)ଙ୍କୁ ମଧ୍ୟ ଜାମିନରେ ଜେଲରୁ ଆସିଛନ୍ତି । ଆସନ୍ତାକାଲି ଅବଶିଷ୍ଟ ୧୦ ଜଣ ଜାମିନରେ ଆସିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏନ୍‌. ନାରାୟଣ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+