ବିଜେଡିକୁ ଝଟକା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ କୈଳାସ କୁଲେସିକା, ବିଜେପିରେ ହେଲେ ସାମିଲ

ପୁଣି ବିଜେଡିକୁ ଝଟକା । ଦଳ ଛାଡଲେ ପୂର୍ବତନ ବିଧାୟକ କୈଳାଶ କୁଲେସିକା । ଟିକେଟ୍ ନପାଇବା ପରେ ରାତା ରାତି ବିଜେଡି ଛାଡି ବିଜେପିରେ ମିଶିଛନ୍ତି କୋରାପୁଟ୍ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା ।

Kailas Kulesika

ଗତକାଲି ବିଜେଡି ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସେଥିରେ ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରଭୁ ଜାନୀଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଦଳରୁ ଇସ୍ତଫା ଦେଇଥିଲେ କୈଳାଶ କୁଲେସିକା । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଥିଲେ । ଏଥିରେ ସେ ଉଲ୍ଲେଖ କରିଥିଲେ ଯେ, ଦଳ ତାଙ୍କ କଠିନ ପରିଶ୍ରମର ମୂଲ୍ୟ ବୁଝି ପାରିଲା ନାହିଁ । ଏହାକୁ ନେଇ ସେ ଦଳ ଛାଡିଥିବା କହିଛନ୍ତି କୁଲେସିକା । କେବଳ ସେତିକି ନୁହେଁ ରାତାରାତି ବିଜେପିରେ ମଧ୍ୟ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିଜେପି ନେତା ଅରିନ୍ଦମ ରାୟଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି । ଆଜି ନିଜ ସମର୍ଥକଙ୍କୁ ନେଇ ଦଳରେ ବିଦ୍ଧିବଦ୍ଧ ଭାବେ ଦଳରେ ଯୋଗ ଦେବେ ବୋଲି କହିଛନ୍ତି ।

୨୦୧୪ରେ କୈଳାଶ କଂଗ୍ରେସ ଟିକେଟରେ ଲକ୍ଷ୍ମୀପୁର ବିଧାନସଭା ଆସନରୁ ଜିତି ବିଧାୟକ ହୋଇଥିଲେ । ଗତ ନିର୍ବାଚନରେ ପୁଣିଥରେ କଂଗ୍ରେସ ଟିକଟରୁ ଲଢି ୨୫୦ ଭୋଟରେ ହାରି ଯାଇଥିଲେ । କୈଳାଶ ବିଜେପିରେ ଯୋଗଦେବା ପରେ ରାଜନୀତିରେ ରୋଚକ ହେବ ବୋଲି କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+