ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ତେଙ୍କ ଦେହାନ୍ତ
ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ତେଙ୍କର ୭୪ ବର୍ଷ ବୟସରେ ଦେହାନ୍ତ । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଛି ।

ଭୁବନେଶ୍ୱର: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ତେଙ୍କ ଦେହାନ୍ତ । ଯକୃତ ରୋଗରେ ପୀଡ଼ିତ ଥିଲେ ବିରେନ୍ଦ୍ର । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସରେ ହୋଇଥିଲା । ଆଜି ଭୋର୍ ସମୟରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଛି ।
ଦୀର୍ଘ ଦିନ ହେବ ବୀରେନ୍ଦ୍ର ପାଣ୍ତେ ଯକୃତ ରୋଗରେ ପୀଡ଼ିତ ଥିଲେ । ୧୬ ତାରିଖରେ ତାଙ୍କୁ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ପ୍ରାୟ ୪ଟା ବେଳେ ବୀରେନ୍ଦ୍ର ପାଣ୍ତେଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ପାଖରେ ପରିବାର ଲୋକ ଉପସ୍ଥିତ ଥିଲେ ।
ଝାରସୁଗୁଡାରୁ କଂଗ୍ରେସ ଟିକେଟରୁ ରୀରେନ୍ଦ୍ର ପାଣ୍ତେ ୩ ଥର ନିର୍ବାଚିତ ହୋଇଥିଲେ । ୧୯୮୦, ୧୯୮୫,୧୯୯୫ରେ ବିଧାୟକ ଭାବେ ସେ ନିର୍ବାଚିତ ହୋଇଥିଲେ ।












Click it and Unblock the Notifications