ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ଦେହାନ୍ତ; ୬୯ ବର୍ଷରେ ଆଖିବୁଜିଲେ

ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ଦେହାନ୍ତ । ୬୯ ବର୍ଷରେ ଆଖିବୁଜିଲେ ସମ୍ବଲପୁରର ଏହି ପୂର୍ବତନ ବିଧାୟକ । ଅଶ୍ୱିନୀ ଗୁରୁଙ୍କ ଦେହାନ୍ତ ଖବର ଶୁଣି ଚାରିଆଡେ ଶୋକର ଛାୟା ଖେଳିଯାଇଛି ।

ଖବର ଅନୁଯାୟୀ, ୧୯୮୦-୮୫ ମସିହାରେ କଂଗ୍ରେସ ଟିକେଟରୁ ଲଢିଥିଲେ ନିର୍ବାଚନ । ଆଉ ବିଜୟୀ ମଧ୍ୟ ହୋଇଥିଲା । କଂଗ୍ରେସର ଜଣେ ଦକ୍ଷ ନେତା ଭାବେ ବେଶ୍ ଜଣାଶୁଣା ଅଶ୍ୱିନୀ ଗୁରୁ ।

Ashwini Guru

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ବିଧାୟକ ରହିଥିଲେ l ୨୦୧୮ ରୁ ୨୦୨୨ ପର୍ଯ୍ୟନ୍ତ ସମ୍ବଲପୁର କଂଗ୍ରେସର ଜିଲ୍ଲା ସଭାପତି ଓ AICC ସଦସ୍ୟ ରହିଥିଲେ l ହେଲେ ରବିବାର ଭୋର ସମୟ ପ୍ରାୟ ୪ଟା ୩୦ ମିନିଟ ସମୟରେ ହୃଦଘାତରେ ସମ୍ବଲପୁରରେ ଏହି ପୂର୍ବତନ ବିଧାୟକଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ବ୍ରଜରାଜନଗର ସ୍ଥିତ ଘରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅଶ୍ୱିନୀ ଗୁରୁ । ବ୍ରଜରାଜନଗର ସ୍ଥିତ ହରିଓଁ ବିହାର ବାସଭବନରେ ତାଙ୍କ ମରଶରୀରକୁ ଶେଷ ଦର୍ଶନ ପାଇଁ ରଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+